ପ୍ରିୟାଙ୍କ ଫିଲ୍ମ ଟିଜର ଆସୁ ଆସୁ ବିବାଦ

0

(ରିପୋଟରର୍ସ ଟୁଡ଼େ /ମୁମ୍ବାଇ): ପ୍ରିୟା ପ୍ରକାଶ ୱାରିଅରଙ୍କ ଫିଲ୍ମ ଶ୍ରୀଦେବୀ ବଙ୍ଗଲୋ ଏବେ ଚର୍ଚ୍ଚାରେ ରହିଛି । ଫିଲ୍ମର ଦ୍ୱିତୀୟ ଟିଜର ରିଲିଜ ହୋଇଛି । ଏହି ଟିଜରରେ ପ୍ରିୟା ପ୍ରକାଶ ପ୍ରିୟାଂଶୁ ଚାଟାର୍ଜୀଙ୍କ ସହ ରୋମାନ୍ସ କରୁଥିବା ନଜର ଆସିଛନ୍ତି । ଏକ ମିନିଟ ୧୮ ସେକେଣ୍ଡ ବିଶିଷ୍ଟ ଏହି ଭିଡିଓରେ ପ୍ରିୟା କହୁଛନ୍ତି କି, ତୁମେ ଜାଣିଛ ମୋତେ କେତେ ଜଣ ଲୋକ ପ୍ରପୋଜ କରିଛନ୍ତି । କିନ୍ତୁ ସେମାନଙ୍କ ମଧ୍ୟରେ ମୁଁ ଚାହୁଁଥିବା ଜିନିଷ ନାହିଁ । ବାସ୍ ତୁମ ଆଖିରେ ମୋତେ ପ୍ରେମ ନଜର ଆସେ। ତେବେ ସେହି ଟିଜରକୁ କିଛି ରେସପନସ୍ ମିଳି ନଥିବା ବେଳେ ଫିଲ୍ମର ଟିଜର ଆସୁ ଆସୁ ସେ ବିବାଦ ଘେରରେ ରହିଛନ୍ତି । ପ୍ରଥମ ଟିଜରରେ ବାର୍ଥ ଟବର ଏକ ଭିଡିଓ ଆସିଥିଲା । ଯାହାକୁ ଶ୍ରୀଦେବୀଙ୍କ ମୃତ୍ୟୁ ସହ ଯୋଡା ଯାଇଥିଲା । ତେଣୁ ଶ୍ରୀଦେବୀଙ୍କ ପତି, ପ୍ରଡ୍ୟୁସର ବୋନି କପୁର ଫିଲ୍ମ ନିର୍ମାତାଙ୍କୁ ଲିଗାଲ ନୋଟିସ ପଠାଇଥିଲେ ।
ତେବେ ଦେଖିବାକୁ ବାକିରହିଲା ଏହା ଦର୍ଶକଙ୍କ ପାଇଁ କେତେ ଦୂର ଗ୍ରହଣଯୋଗ୍ୟ ।