ପ୍ରେମରେ ବିଫଳ ହୋଇ ପ୍ରେମିକାର ବାପାଙ୍କୁ କଲା ହତ୍ୟା

0

(ମଧୁସୂଦନ ବହିଦାର /ବାଲଙ୍ଗିର): ପ୍ରେମରେ ବିଫଳତା ନେଇ ପ୍ରେମିକାର ବାପାଙ୍କ ହତ୍ୟା କରିବା ପାଇଁ ବକ୍ସିସ ଦେଲା ପ୍ରେମିକ । ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ଥାନା ଅନ୍ତର୍ଗତ ଚୋରମରା ଗ୍ରାମ ନିକଟସ୍ଥ ଡୁଙ୍ଗରିରାସ୍ତାରେ ଗୁରଜ ରଣାଙ୍କୁ ଗଳାକାଟି ହତ୍ୟା କରିଛି । ତାଙ୍କ ମୃତଦେହ ଉଦ୍ଧାର ହେବା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିଲା।ଯାହାର ଆଜି ପର୍ଦାଫାଶ କରିଛି ଟିଟିଲାଗଡ଼ ପୋଲିସ । ସୂଚନା ଆଧାରରେ ଚୋରମରା ଗାଁର ଗୁରଜ ରଣାଙ୍କ ଝିଅ ରିଙ୍କି ରଣା ବେଲଗାଁ ଗ୍ରାମର ଆଦିଲ ମହମ୍ମଦକୁ ଦୀର୍ଘ ଦିନ ଧରି ପ୍ରେମ ସମ୍ପର୍କରେ ଥିଲା।ତେବେ ଘର ଲୋକେ ଜାଣିବା ପରେ ରିଙ୍କିକୁ ଭଲ ପାଇବା ପାଇଁ ତାଗିତ କରିଥିଲେ । ଶେଷରେ ରିଙ୍କି କଳାହାଣ୍ଡି ଜିଲ୍ଲା ମ.ରାମପୁର ଗ୍ରାମର ଦାମୋଦର ରଣାଙ୍କୁ ବିବାହ କରିଥିଲେ। ତେବେ ପ୍ରେମରେ ବିଫଳତା ଓ ଉକ୍ତ ବିଷୟକୁ ହଜମ କରି ନ ପାରିବା ପରେ ପ୍ରେମିକାର ବାପା ଙ୍କୁ ହତ୍ୟା କରିବା ପାଇଁ ବକ୍ସିସ ଦେଇଥିଲା ଆଦିଲ । ତେବେ ପୋଲିସ ଉକ୍ତ ହତ୍ୟାକାଣ୍ଡ ରେ ଜଡିତ ଙ୍କୁନେଇ ତନାଘନା ଆରମ୍ଭ କରିଥିଲା । ଏବଂ ତାଙ୍କୁ ଗିରଫ ମଧ୍ୟ କରିଥିଲା । ସେମାନେ ହେଲେ ବେଲଗାଁ ଗ୍ରାମର ଆଦିଲ ମହମ୍ମଦ, ସୁଦାମ ରଣା , ଯୁବରାଜ ବିଶି, ରାଜାରାମ ଛୁରାଙ୍କୁ ଗିରଫ କରିଛି ପୁଲିସ। ଅନ୍ୟପଟେ ଆଉ ଏକ ଅଭିଯୁକ୍ତ ଫେରା ଥିବା ସୂଚନା ଦେଇଛି ପୁଲିସ। ପରିବାର ଲୋକଙ୍କ ସୂଚନା ଅନୁସାରେ, ମୃତକ ଟିଟିଲାଗଡ଼ ସହରକୁ ଚଣା କିଣିବାକୁ ଆସି ସନ୍ଧ୍ୟାରେ ସାଇକେଲ ଯୋଗେ ଘରକୁ ଫେରୁଥିଲେ । ଚୋରମରା ଗାଁର ପ୍ରାୟ ୧ କିଲୋମଟିର ପୁର୍ବରୂ ଜାତୀୟ ରାଜପଥ ନଂ ୫୯ରେ ଥିବା ପେପର ମିଲରୁ ତେଲନଦୀ ନିକଟ ରାସ୍ତାରେ ତାଙ୍କ ମୃତଦେହ ପଡିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର କରିଥିଲେ। ତେବେ ଆଜି ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସୂଚନା ଦେଇଛନ୍ତି ଟିଟିଲାଗଡ଼ ଏସ.ଡି.ପି.ଓ. ସୁରେନ୍ଦ୍ର ନାଥ ସତପଥୀ ।