ପ୍ରେମିକ ହୋଇ ଆସିଥିଲେ, ସ୍ୱାମୀ ହୋଇ ଘରକୁ ଫେରିଲେ

0

(ଅନୁଗୁଳ /ଜ୍ୟୋତିରଞ୍ଜନ ଧର) : ପ୍ରେମ ମାନେ ନାହିଁ କାନ୍ଥ ବାଡ଼ । ମାସେ ନୁହେଁ କି ବର୍ଷେ ନୁହେଁ , ଲୁଚିଛପି ଦୁଇ ଯୋଡା ପ୍ରେମୀ ଯୁଗଳଙ୍କ ଦୀର୍ଘ ୪ବର୍ଷ ହେଲାଣି ଚାଲି ଆସୁଥିଲା ପ୍ରେମର ଲୁଚକାଳି ଖେଳ । ହେଲେ ଶେଷକୁ କନ୍ୟା ପରିବାର ଲୋକଙ୍କ ହାବୁଡ଼ରେ ପଡିବା ପରେ ଦୁଇ ପ୍ରେମୀ ଯୁଗଳଙ୍କୁ ବିବାହ ବନ୍ଧନରେ ଛନ୍ଦି ଦେଲେ ପରିବାରବର୍ଗ ଓ ସ୍ଥାନୀୟ ଲୋକେ । ଶେଷରେ ଉଭୟଙ୍କ ପରିବାର ସହମତିରେ ବିବାହ ହିନ୍ଦୁ ରୀତିନୀତି ଅନୁଯାୟୀ ସମ୍ପର୍ଣ୍ଣ ହୋଇଥିଲା । ଏଭଳି ରୋଚକ ଘଟଣା ଘଟିବା ପରେ କଣିହାଁ ବ୍ଲକ ଅଞ୍ଚଳର ଚର୍ଚ୍ଚାର ବିଷୟ ପାଲଟିଛି ।ସୂଚନା ଅନୁଯାୟୀ , ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ସମଲ ଥାନା ଅଂଚଳର ଜୈନେକ ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଦୁଇ ପ୍ରେମିକାଙ୍କ ଘରକୁ ଦୁଇ ଜଣ ପ୍ରେମିକ ଆସିଥିଲେ । ଦୁଇ ପ୍ରେମିକଙ୍କ ଘର କଣିହାଁ ଥାନା ଓ ବିକ୍ରମପୁର ଥାନା ଅଂଚଳର ବୋଲି ଜଣାପଡିଛି । କଣିହାଁ ଥାନା ଇଲାକାର ପ୍ରେମିକ ଜଣକ ଧରାପଡିବା ପରେ ବାହାଘର ହେବା ପାଇଁ ରାଜି ହୋଇଯାଇଥିଲେ କିନ୍ତୁ ବିକ୍ରମପୁର ଥାନା ଅଂଚଳର ପ୍ରେମିକ ଜଣକ ବାହାଘର ପାଇଁ ପ୍ରାଥମିକ ପର୍ୟ୍ୟାୟରେ ଅରାଜି ହୋଇଥିଲେ । ଫଳରେ ପ୍ରେମୀକାଙ୍କ ପରିବାର ସଦସ୍ୟଙ୍କ ପକ୍ଷରୁ ଗତକାଲି ସମଲ ଥାନାରେ ଦ୍ବାରସ୍ତ ହେବା ପରେ ବିକ୍ରମପୁର ଥାନା ଅଂଚଳର ପ୍ରେମିକ ଜଣକ ବିବାହ ପାଇଁ ରାଜି ହୋଇଥିବା ଜଣାପଡିଛି । ପରେ ସଂପୃକ୍ତ ପ୍ରେମୀ ଯୁଗଳକୁ ସ୍ଥାନୀୟ ସମଲ ଚକ୍ରାଶିଳା ମନ୍ଦିରରେ ଲୋକଙ୍କ ଉପସ୍ଥିତିରେ ଗତ କାଲି (ସେମାବର) ପ୍ରାୟ ରାତି ସାଢେ ୭ଟାରେ ଯଥାରିତି ନିତିରେ ବିବାହ କାର୍ୟ୍ୟ ସମ୍ପର୍ଣ୍ଣ ହୋଇଥିଲା । ଗତ ରବିବାର ପ୍ରେମିକ ହୋଇ ଆସିଥିବା ଦୁଇ ପ୍ରେମିକାଙ୍କୁ ଗତକାଲି ଉଭୟେ ସ୍ବାମୀ ହୋଇ ନିଜ ଘରକୁ ଫେରିଥିଲେ । ଏକର୍ଣ୍ଣବର୍ତ୍ତୀ ପରିବାରଙ୍କ ଦୁଇ ଭାଇଙ୍କର ଦୁଇ କନ୍ୟା ହୋଇଥିବା ବିଶେଷ ସୂତ୍ରରୁ ଜଣାପଡିଛି ।