ଫ୍ରାଇଡ଼େ ରିଲିଜ : ପରଦାକୁ ଆସିଲା ତିନୋଟି ବଲିଉଡ଼ ଫିଲ୍ମ

0

(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ): ଫ୍ରାଇଡ଼େ ରିଲିଜରେ ଆଜି ପରଦାରେ ରିଲିଜ ହୋଇଛି ତିନୋ ତିନୋଟି ବଲିଉଡ଼ ଫିଲ୍ମ । ଅକ୍ଷୟ କୁମାରଙ୍କ ହାଉସଫୁଲ ୪ , ତାପସୀ ପନ୍ନୁ ଏବଂ ଭୂମି ପେଡ଼ନେକରଙ୍କ ସାଣ୍ଡ କି ଆଁଖ , ଏବଂ ରାଜକୁମାର ରାଓଙ୍କ ଫିଲ୍ମ ମେଡ଼ ଇନ ଚାଇନା ମଧ୍ୟରେ ବକ୍ସ ଅଫିସରେ ଜୋରଦାର ଟକ୍କର ଦେଖିବାକୁ ମିଳିଛି ।
ହାଉଓଫୁଲ – ୪
ଆଜି ରିଲିଜ ହେଉଛି ଏବର୍ଷର ଅନ୍ୟତମ ବହୁପ୍ରତୀକ୍ଷିତ ସିନେମା ହାଉସଫୁଲ -୪ । ଏଥିିରେ ଅକ୍ଷୟ କମୁାର , ରିତେଶ୍ ଦେଶମୁଖ , ବବି ଦେଓଲ , ଶରଦ କେଲକର , ପୂଜା ହେଗଡ଼େ , କ୍ରିତି ଖରବନ୍ଦା , କ୍ରିତି ସାନନ, ଚଙ୍କି ପାଣ୍ଡି ଏବଂ ନୱାଜୁଦ୍ଦିନ ସିଦ୍ଦିକୀ ପ୍ରମୁଖ ମୁଖ୍ୟ ଭୁମିକାରେ ଅଛନ୍ତି । ଫରହାଦ୍ – ସାମଜି ଏହାର ନିର୍ଦ୍ଦେଶକ ।
ସାଣ୍ଡ କି ଆଁଖ
ଫ୍ରାଇଡ଼େ ରିଲିଜରେ ଆଜି ପରଦାକୁ ଆସିଛି ତାପସୀ ପନ୍ନୁ ଏବଂ ଭୂମି ପେଡ଼ନେକରଙ୍କ ଫିଲ୍ମ ସାଣ୍ଡ କି ଆଁଖ ରିଲିଜ ହୋଇଛି । ଏହା ଫିଲ୍ମରେ ଦୁନିଆରେ ସୁବଠାରୁ ଅଧିକ ବୟସ୍କା ସୁଟର ଚଂନ୍ଦ୍ରୋ ଏବଂ ପ୍ରକାଶୀ ତୋମର ଙ୍କ ଜୀବନ ଉପରେ ଆଧାରିତ । ଏହି ଫିଲ୍ମ ଯେବେଠାରୁ ଆରମ୍ଭ ହେଲାଣି ସେବେଠାରୁ ହିଁ ଏହାକୁ ନେଇ ଖୁବ ଚର୍ଚ୍ଚା ରହିଛି । ଅରଜି ଏହାର ପ୍ରଥମ ଝଲକ ଦର୍ଶକଙ୍କ ସାମ୍ନାକୁ ଆସିଛି ।
ତୁଷାର ହିରୋନ୍ଦାନଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ହୋଇଥିବା ଏହି ଫିଲ୍ମରେ ଭୂମି ପେଡ଼ନେକର ଏବଂ ତାପସୀ ପନ୍ନୁ ନିଜ ଗ୍ଳାମରସ ଅବତାରରୁ ପରିବର୍ତ୍ତନ ହୋଇ ଜଣେ ପଶ୍ଚିମ ଉତ୍ତର ପ୍ରଦେଶରେ ଗାମୀଣ ମହିଳାଙ୍କ ଭଳି ନଜର ଆସିଛନ୍ତି । ଫିଲ୍ମରେ ତାଙ୍କର ଅଭିନୟ ଏବଂ କଥାବିର୍ତ୍ତା ବିଲକୁଲ ଗାଉଁଲି ମହିଳାଙ୍କ ଭଳି ଦେଖିବାକୁ ମିଳିଛି ।
ମେଡ଼ ଇନ ଚାଇନା
ମେଡ଼ ଇନ ଚାଇନା ଆଜି ବକ୍ସ ଅଫିସରେ ରିଲିଜ ହୋଇଛି । ଫିଲ୍ମରେ ରାଜକୁମାର ଜଣେ ଗୁଜରାଟୀ ବ୍ୟବସାୟୀ ଭାବେ ନଜର ଆସିଛନ୍ତି । ଅଭିନେତ୍ରୀ ମୌନୀଙ୍କୁ ତାଙ୍କ ପତ୍ନୀ ଭୂମିକାରେ ଦେଖିବାକୁ ମିଳିଛି । ଏହି ଫିଲ୍ମକୁ ଗୁଜରାଟୀ ନିର୍ଦ୍ଦେଶକ ମିଖିଲ ମୁସଲେ ନିର୍ଦ୍ଦେଶନା ଦେଇଛନ୍ତି । ନିର୍ଦ୍ଦେଶକ ଭାବେ ଏହା ତାଙ୍କର ପ୍ରଥମ ବଲିଉଡ଼ ଫିଲ୍ମ ।
ଫିଲ୍ମ ବିଷୟରେ କହିବାକୁ ଗଲେ ରାଜମୁାର ରାଓ ଜଣେ ବ୍ୟବସାୟୀ ହେବାକୁ ଚାହଁନ୍ତି । ଯେଉଁଥିପାଇଁ ସେ ବିଭିନ୍ନ ପ୍ରକାରର ଉପାୟ ଆପଣାଉଥିବା ଦେଖିବାକୁ ମିଳିଛି । ବ୍ୟବସାୟୀ ହେବା ଚକ୍କରରେ ସେ ଚାଇନା ଯାଆନ୍ତି ଏବଂ ସେଠାରେ ତାଙ୍କ ଲାଇଫ ବଦଳି ଯାଏ ।
ଫିଲ୍ମରେ ରାଜକୁମାର ରାଓ ଔ ମୌନୀ ରୟଙ୍କ ବ୍ୟତୀତ ପରେଶ ରାୱଲ , ବୋମନ ଇରାନୀ ଏବଂ ସୁମିତ ବ୍ୟାସଙ୍କ ପରି କଳାକାର ନଜର ଆସିଛନ୍ତି ।