ଫ୍ୟାନ୍ସଙ୍କ ଛାତିରେ ଅଟୋଗ୍ରାଫ ଦେଉଛନ୍ତି ରଶ୍ମିକା ମଣ୍ଡାନା

Rashmika Mandana giving autographs on fan's chest

0

ରଶ୍ମିକା ମଣ୍ଡାନା ହେଉଛନ୍ତି ଜଣେ ଦକ୍ଷିଣ ଭାରତୀୟ ନାୟିକା । ଯୁବ ପିଢିଙ୍କ ଆଗଧାଡ଼ିର ହିରୋଇନ ହେଉଛନ୍ତି ରଶ୍ମିକା । । ତାଙ୍କର ଫ୍ୟାନ୍ସ ଆଗରୁ ଥିଲେ ମଧ୍ୟ,ପୁଷ୍ପା ଚଳଚିତ୍ରରେ ଅଭିନୟ କରିବା ପରେ ଫ୍ୟାନ୍ସଙ୍କ ସଂଖ୍ୟା ଦ୍ରୃତଗତିରେ ବଢିବା ସହ, ଇନଷ୍ଟାଗ୍ରାମରେ ଫଲୋର୍ସ ସଂଖ୍ୟାରେ ମଧ୍ୟ ବୃଦ୍ଧି ଘଟିଛି । ତେବେ ବର୍ତ୍ତମାନ ସେ ନିଜ କ୍ୟାରିୟରକୁ ଆଗକୁ ବଢାଇବାରେ ଲାଗିପଡ଼ିଛନ୍ତି । ପୁଷ୍ପା ଦି ରାଇଜ ଫିଲ୍ମ ରିଲିଜ ହେବା ପରେ, ପୁଷ୍ପା ଦ ରୁଲ ର ସୁଟିଙ୍ଗ ଆରମ୍ଭ ହୋଇସାରିଛି । ପୂର୍ବ ଫିଲ୍ମରେ ରଶ୍ମିକା ତାଙ୍କ ଆକ୍ଟିଙ୍ଗରେ ଜଲୱା ଦେଖାଇବା ସହ ସାମି ସାମି ଗୀତରେ ପ୍ରତ୍ୟେକ ଲୋକଙ୍କ ହୃଦୟରେ ଛାପି ହୋଇ ରହିଯାଇଛନ୍ତି । ସାମି ସାମି ଗୀତ ବାଜିଲେ କେହି ଜଣେ ବି ନ ନାଚି ରହିପାରନ୍ତିନି । ତେବେ ଆପଣମାନେ ଗୋଟେ କଥା ଶୁଣିଲେ ଆଶ୍ଚର୍ଯ୍ୟ ହେବେ, ପୁଷ୍ପା ନାୟିକା ରଶ୍ମିକା ତାଙ୍କ ଅଟୋଗ୍ରାଫ ଜଣେ ଫ୍ୟାନଙ୍କ ଛାତି ଉପରେ ଦେଇଛନ୍ତି ।

ପ୍ରଥମେ ରଶ୍ମିକାଙ୍କୁ ସେହି ଫ୍ୟାନ୍ସ ଜଣକ ନିଜ ଟି-ସାର୍ଟର ଛାତି ଉପରେ ଅଟୋଗ୍ରାଫ ଦେବାକୁ ବାଧ୍ୟ କରିଥିଲେ । ହେଲେ ମଣ୍ଡାନା ଏହି ପ୍ରସ୍ତାବକୁ ପ୍ରତ୍ୟାଖାନ କରିଥିଲେ । ତାହାପରେ ଫ୍ୟାନ୍ସଟିର ମନ ଦଃଖ ନକରି ତାଙ୍କ ଛାତି ଉପରେ ଥିବା ଟି-ସର୍ଟରେ ଅଟୋଗ୍ରାଫ ଦେଇଥିଲେ ମଣ୍ଡାନା । ଅଟୋଗ୍ରାଫ ଦେବା ପରେ ସେ ଫ୍ୟାନ୍ସ ଜଣକ ସହ ହ୍ୟାଣ୍ଡ୍‌ସେକ କରି ବ୍ଲସ କରିଥିବାର କଥା ଦେଖାଦେଇଛି । ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ପୁଷ୍ପା ଦି ରାଇଜ ପରେ ରଶ୍ମିକା ବହୁତ ଫେମସ ହୋଇଛନ୍ତି । ଶ୍ରୀବଲି ଓ ସାମିସାମିରେ ସେ ଦର୍ଶକଙ୍କ ମନ ମୋହିଛନ୍ତି । ଯଦି ଏହି ୨ଟି ଗୀତ ବଜାଏ କିଏ ତେବେ ସେ ବନ୍ଦ କରିବାର ନାମ ନିଏନାହିଁ । ସେଥିପାଇଁ ରଶ୍ମିକାଙ୍କୁ ଶ୍ରୀବଲି ଗାର୍ଲ ନାମରେ ଅଭିହିତ କରାଯାଇଛି । ୨୦୨୧ରେ ପୁଷ୍ପା ଦି ରାଇଜ ରିଲିଜ ହେବା ପରେ ଫିଲ୍ମ ନିର୍ମାତା ସୁକୁମାର ପୁଷ୍ପା ଦ ରୁଲର ସୁଟିଙ୍ଗ ଜାରି ରଖିଛନ୍ତି ।