ବରିଷ୍ଠ ନାଗରିକଙ୍କ ପାଇଁ କେନ୍ଦ୍ର ସରକାରଙ୍କ ସ୍ଵତନ୍ତ୍ର ଯୋଜନା

0

(ରିପୋଟରାର୍ସ ଟୁଡ଼େ/ଭୁବନେଶ୍ୱର) : ବରିଷ୍ଠ ନାଗରିକଙ୍କ ପାଇଁ କେନ୍ଦ୍ର ସରକାରଙ୍କ ସ୍ଵତନ୍ତ୍ର ଯୋଜନା । ଚଳିତ ବର୍ଷ ଅକ୍ଟୋବର ପହିଲାରୁ ସାରା ଦେଶରେ ଲାଗୁ ହେବ ବରିଷ୍ଠ ନାଗରିକ ହେଲପ୍ ଲାଇନ ନମ୍ବର । ଏହି ନମ୍ବର ମାଧ୍ୟମରେ ବରିଷ୍ଠ ନାଗରିକମାନେ ସେମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ଅବଗତ କରି ପାରିବେ ।
ଓଡିଶା ସରକାର ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କୁ ସହମତି ପ୍ରଦାନ କରିଛନ୍ତି । ଖୁବ୍ ଶୀଘ୍ର ରାଜ୍ୟରେ ବରିଷ୍ଠ ନାଗରିକଙ୍କ ପାଇଁ ସ୍ଵତନ୍ତ୍ର ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯିବ । ଏହି ଯୋଜନା ମୁତାବକ ମୋବାଇଲ ଭ୍ୟାନ ଯୋଗେ ବରିଷ୍ଠ ନାଗରିକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ । ଏଥି ସହିତ ଅନ୍ୟ ପାଞ୍ଚଟି ପ୍ରକାରରେ ବରିଷ୍ଠ ନାଗରିକଙ୍କୁ ସେବା ଯୋଗାଇବା ପାଇଁ ଯୋଜନା କରିଛନ୍ତି ରାଜ୍ୟ ସରକାର । ଏଥିପାଇଁ ନ’ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ବ୍ୟୟ ବରାଦ କରାଯାଇଛି । ଏହି ଯୋଜନା ଗୁଡିକ ମାଧ୍ୟମରେ ରାଜ୍ୟର ପ୍ରାୟ ଦଶ ଲକ୍ଷ ବରିଷ୍ଠ ନାଗରିକ ଉପକୃତ ହେବେ ବୋଲି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ମନ୍ତ୍ରୀ ଅଶୋକ ପଣ୍ଡା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।