ବସ ଭଡା ଦୁଇ ଗୁଣା ହେବ:ପରିବହନ ମନ୍ତ୍ରୀ

0

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ବସ ଭଡା ଦୁଇ ଗୁଣା ହେବ । ଏ ନେଇ ରାଜ୍ୟ ପରିବହନ ମନ୍ତ୍ରୀ ସୂଚନା ଦେଇଛନ୍ତି । ଲକଡାଉନ ସତ୍ୱେ ରାଜ୍ୟରେ ଗ୍ରୀନ ଜୋନ ଗୁଡିକରେ ବସ ଚଳାଇବା ପାଇଁ ଅନୁମତି ମିଳିଥିଲା । ସିଟ କ୍ଷମତାରୁ ଅଧା ଯାତ୍ରୀ ନେବାକୁ ସରକାରଙ୍କ ପକ୍ଷରୁ କୁହାଯାଇଥିଲା । ହେଲେ ଘରୋଇ ବସ ମାଲିକ ସଂଙ୍ଘ ରାଜ୍ୟରେ ବସ ଚଳାଇବନି ବୋଲି ସ୍ପଷ୍ଟ କରିଥିଲେ । କାରଣ ଅଧା ଯାତ୍ରୀ ନେଇ ଗଲେ ତେଲେ ଖର୍ଚ୍ଚ ଉଠିବନି ଯାହାକି କ୍ଷତି ସହିବା ନେଇ ବସ ଚଳାଇବାକୁ ମନା କରିଥିଲେ । ଏଭଳି ସ୍ଥିତିରେ ବସ ଭଡା ଦୁଇ ଗୁଣା କରିବାକୁ ଚିନ୍ତା କରୁଛନ୍ତି ରାଜ୍ୟ ସରକାର । ଆଜି ଏ ନେଇ ସମ୍ୟକ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ତେବେ ଗ୍ରୀନ ଜୋନରେ ବସ ଚାଲିବା ନେଇ ବ୍ୟବସ୍ଥା କରାଯାଉଛି । ଏଥିପାଇଁ ଯାତ୍ରୀ ମାନଙ୍କୁ ବସ ଭଡା ଦୁଇ ଗୁଣା ଦେବାକୁ ପଡିବ । ଯେହେତୁ ଅଧା ସିଟରେ ଲୋକ ଯିବେ,ତେଣୁ ବସ ମାଲିକଙ୍କର କ୍ଷତି ହେବ । ଯାହାକି କ୍ଷତି ହ୍ରାସ କରିବା ପାଇଁ ଭଡା ଦୁଇ ଗୁଣା କରାଯିବ । ଏହା ଦ୍ୱାରା ମାଲିକମାନେ କ୍ଷତିଗ୍ରସ୍ତ ହେବ ନାହିଁ । ତେବେ ଜୁରୀ କାମ ଥିଲେ ଲୋକ ବି ଦୁଇ ଗୁଣା ଭଡା ଦେବାକୁ ପଛେଇବ ନାହିଁ ବୋଲି ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି । ଦିନେ ଦୁଇ ଦିନ ଭିତରେ ସରକାର ଏହି ନିଷ୍ପତି ନେବେ । ପରିବହନ ବିଭାଗ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି ।