ବାଟପଳସା ସରସ୍ୱତୀ ଶିଶୁ ମନ୍ଦିରରେ ବାର୍ଷିକ ଉତ୍ସବ

0

(ସତ୍ୟ ନାରାୟଣ ପାଲ)ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଳକ ଅନ୍ତର୍ଗତ ବାଟପଳସା ସରସ୍ୱତୀ ଶିଶୁ ମିଦ୍ୟାମନ୍ଦିର ତ୍ରୟୋଦଶ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।ଏହି ଉତ୍ସବକୁ ମୁଖ୍ୟ ଅତିଥି ଭାବେ ନିମନ୍ତ୍ରିତ କରଞ୍ଜିଆ ବିଧାୟିକା ବାସନ୍ତୀ ହେମ୍ବ୍ରମ ଆନୁଷ୍ଠାନିକ ଭାବେ ସଭାକୁ ଉଦଘାଟନ କରିବାପରେ ସଭା କାର୍ୟ୍ୟ ଅନୁଷ୍ଠିତ ହୋଇଥିଲା ।ସଭା କାର୍ୟ୍ୟ ପରେ ସ୍କୁଲରେ ଥିବା ବିଭିନ୍ନ କ୍ରୀଡା ତଥା ସ୍କୁଲ ପରୀକ୍ଷାରେ ସର୍ବଚ୍ଚୋ ନମ୍ବର ରଖିଥିବା, ବିଭିନ୍ନ ମେଧା ବୃତ୍ତି ପାଇଥିବା ଛାତ୍ର ଛାତ୍ରୀଙ୍କୁ ଆସିଥିବା ଅତିଥିମାନେ ପୁରସ୍କୃତ କରିଥିଲେ ।ଏହି ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ କରଞ୍ଜିଆ ନିର୍ବାଚନ ମଣ୍ଡଳୀର ବିଧାୟିକା ବାସନ୍ତୀ ହେମ୍ବ୍ରମ, ମୁଖ୍ୟ ବକ୍ତାଭାବେ କବି ବିଷ୍ଣୁ ଶତପତି,ସଂମାନିତ ଅତିଥି ଭାବେ କରଞ୍ଜିଆ ବ୍ଳକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡାକ୍ତର ଶିବାଶିଷ ବରାଳ,ସପନ ବେହେରା,ଅଜୟ ନାୟକ ପ୍ରଭୃତି ଯୋଗ ଦେଇ ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ ।ଶେଷରେ ସ୍କୁଲର ଛାତ୍ରଛାତ୍ରୀଙ୍କ ଦ୍ୱାରା ସାସ୍କୃତିକ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।