ବାଣ ତିଆରି କେନ୍ଦ୍ରରେ ବିସ୍ଫୋରଣ: ୫ ଗୁରୁତର

0

ପାଲଘର: ମହାରାଷ୍ଟ୍ରର ପାଲଘର ଜିଲ୍ଲା ଡାହାନୁରେ ଥିବା ଏକ ବାଣ ତିଆରି କେନ୍ଦ୍ରରେ ବିସ୍ଫୋରଣ ଘଟି ୫ ଜଣ ଗୁରୁତର ଆହତ ହୋଇଛି । ଗୁରୁବାର ସକାଳେ ଏହି ଦୁର୍ଘଟଣା ଘଟିଥିଲା । ବିସ୍ଫୋରଣ ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇଥିବା ଜିଲ୍ଲାପାଳ ଅଫିସରୁ ସୂଚନା ରହିଛି । ଏହି ଅଗ୍ନିକାଣ୍ଡରେ ୫ ଜଣ ଗୁରୁତର ହୋଇଥିବା କୁହାଯାଇଛି ।