(ଜଳେଶ୍ବର/ଅଜିତ ସାହୁ)- ପୁଣି ଲଜ୍ୟା। ବାପା ଭୁଲି ଗଲା ନିଜର ହିତାହିତ ଜ୍ଞାନ, ଭୁଲି ଗଲା ସମ୍ପର୍କ,ବୁଝିଲାଣି ସମ୍ପର୍କର ମାନେ। କାମନା ଲୋଭରେ ସାଜିଲା ସୈତାନି କାମୁକ ରାକ୍ଷାସ। ଆଉ ବାପ ଝିଅର ପବିତ୍ର ସମ୍ପର୍କରେ ଲଗେଇଲା କଳଙ୍କର ଛିଟା । ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ବର ଥାନା ଅଞ୍ଚଳରେ । ଏଠାରେ ସୂଚନା ଥାଉକି ଜଣେ ୧୦ ବର୍ଷ ନାବାଳିକା ଝିଅକୁ ନିଜର ବାପା ଦୁଷ୍କର୍ମ କରିଛି।
ନାବାଳିକା ଝିଅ ଜଣଙ୍କ ଘରେ ଏକା ଥିବା ସମୟରେ ବାପା ଝିଅ କୁ ଦୁଷ୍କର୍ମ କରିଛି ବୋଲି ମାଆ ଜଳେଶ୍ୱରବଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ମାଆଙ୍କ ଅଭିଯୋଗ କୁ ଭିତ୍ତି କରି ଜଳେଶ୍ବର ପୋଲିସ ଦୁଷ୍କର୍ମ ମାମଲା ରୁଜୁ କରି,ବାପା କୁ ଗିରଫ କରିଛି। ଅନ୍ୟ ପଟେ ଜଳେଶ୍ବର ଭଳି ଶିକ୍ଷିତ ,ସଭ୍ୟ ସମଜାରେ , ଏଭଳି ଘଟଣାକୁ ସହଜରେ କେହି ବିଶ୍ୱାସ କରିପାରୁ ନାହାନ୍ତି।