Reporters Today
  • Home
  • ଅପରାଧ
  • ବାରଙ୍ଗ ତହସିଲଦାର ଗିରଫ, ୫ ବର୍ଷରେ ଠୁଳ କରିଛନ୍ତି ୫୫ ଲକ୍ଷ
ଅପରାଧ ଓଡିଶା

ବାରଙ୍ଗ ତହସିଲଦାର ଗିରଫ, ୫ ବର୍ଷରେ ଠୁଳ କରିଛନ୍ତି ୫୫ ଲକ୍ଷ

(ରିପୋଟର୍ସ ଟୁଡେ/ କଟକ): ବାରଙ୍ଗ ତହସିଲଦାର ବିଚିତ୍ରାନନ୍ଦ ନାୟକଙ୍କୁ ଆୟ ବର୍ହିଭୂତ ସଂପତ୍ତି ଠୁଳ, ଭିଜିଲାନ୍ସ ଅଧିକାରୀଙ୍କ କାର୍ୟ୍ୟରେ ବାଧା ଦେବା ଭଳି ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଅଦାଲତରେ ତାଙ୍କୁ ଆସନ୍ତା ୨୦ ତାରିଖ ପର୍ୟ୍ୟନ୍ତ ବିଚାରବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ଗତକାଲି ଭିଜିଲାନ୍ସ ଟିମ୍ ତାଙ୍କ ଠାରୁ ୧ ଲକ୍ଷ ୭ ହଜାର ଟଙ୍କା ଜବତ କରିଥିଲା। କିନ୍ତୁ ଏହି ଟଙ୍କା କେଉଁଠୁ ଆସିଥିଲା, ସେ ସଂପର୍କରେ ସେ ତଥ୍ୟ ଦେଇ ପାରି ନଥିଲେ। ପରେ ତାଙ୍କର ସଂପତ୍ତି ଖୋଳତାଡରୁ ଭିଜିଲାନ୍ସ ତାଙ୍କର ୫୫ ଲକ୍ଷ ୬୯ ହଜାର ୪୬୮ ଟଙ୍କାର ସଂପତ୍ତି ଠାବ କରିଛି। ୨୦୧୬ରେ ଚାକିରି ଆରମ୍ଭ କରିଥିବା ବିଚିତ୍ରାନନ୍ଦ ନାୟକ ମାତ୍ର ୫ ବର୍ଷ ଭିତରେ ଏତେ ସଂପତ୍ତି ଠୁଳ କରିଛନ୍ତି। ତାଙ୍କର କାର୍ୟ୍ୟକଳାପ ଉପରେ ଭିଜିଲାନ୍ସ ଅଭିଯୋଗ ପାଇ ନଜର ରଖିଥିବା ବେଳେ ଗତକାଲି ସେ ଗାଡିରେ ଭୁବନେଶ୍ବର ରଘୁନାଥପୁର ଠାରେ ଥିବା ଆପାର୍ଟମେଣ୍ଟରୁ ବାହାରୁଥିବା ସମୟରେ ତାଙ୍କ ପିଛା କରି ଅଟକାଇବାକୁ ଚେଷ୍ଟା କରିଥିଲା। କିନ୍ତୁ ଶ୍ରୀ ନାୟକ ଭିଜିଲାନ୍ସ ଅଧିକାରୀଙ୍କୁ ସହଯୋଗ କରିବା ବଦଳରେ ଖସି ଯିବାକୁ ଚେଷ୍ଟା କରିଥିଲେ ଏବଂ ପରେ ଟଙ୍କାକୁ ଗାଡିରୁ ବାହାରକୁ ଫିଙ୍ଗି ଦେଇଥିଲେ। ସେହି ୧ ଲକ୍ଷ ୭ ହଜାର ଟଙ୍କାକୁ ଭିଜିଲାନ୍ସ ଅଧିକାରୀ ଜବତ କରି ତଦନ୍ତ ଆରମ୍ଭ କରିଥିଲେ।

Related posts

ସ୍ୱାସ୍ଥ୍ୟ ବିଭାଗ ସହକାରୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

Report

ସାଇକେଲ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ

Report

ହାୱାଇ ଟ୍ରକ ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ

Report

Leave a Comment