ବାଲିବନ୍ଧ ଗ୍ରାମରେ ପାଣିକୁଣ୍ଡ ଭାଙ୍ଗି ଶାଶୁ,ବୋହୂ ଗୁରୁତର

0

(ବିଜୟ କୁମାର କାରୁଆ)କେନ୍ଦୁଝର: ପାଟଣାବ୍ଲକ ଅନ୍ତର୍ଗତ ଟାଙ୍ଗରପଡା ପଂଚାୟତ ବାଲିବନ୍ଧ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ବାଲିବନ୍ଧ ଗ୍ରାମର ମାନରଞ୍ଜନ ବିନ୍ଧାନୀଙ୍କ କାର୍ୟ୍ୟ ନିମନ୍ତେ ଏକ ସିମେଣ୍ଟ ପାଣି କୁଣ୍ଡ ତିଆରି କରିଥିଲେ। ସିମେଣ୍ଟ ପାଣି କୁଣ୍ଡଟି ଭର୍ତି ଥିବା ହେତୁ କୌଣସି କାରଣରୁ ପାଣିକୁଣ୍ଡଟି ଭାଙ୍ଗୀଯିବାରୁ କୁଣ୍ଡ ନିକଟ ରେ ଠିଆ ହୋଇଥିବା ଶାଶୁ କମଳା ବିନ୍ଧୀନୀ ,ବୋହୁ ଶକୁନ୍ତଳା ବିନ୍ଧାନୀ ଉପରେ ପଡ଼ିଯିବାରୁ ବୋହୁ,ଶାଶୁ ଙ୍କ ଗୋଡ଼ ଭାଙ୍ଗୀ ଯାଇ ଥିଲା। ବୋହୁକୁ ୧୦୮ ଓ ଶାଶୁ କୁ ଅଗ୍ନିଶମ ବିଭାଗ ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଭର୍ତି କରିଥିଲେ। ସ୍ୱାସ୍ଥ୍ୟ କେନ୍ଦ୍ର ରେ ପ୍ରାଥମିକ ଚିକତ୍ସା ରୁ ଶାଶୁ ବୋହୁ ଙ୍କ ଗୋଡ଼ ଅବସ୍ଥା ଗୁରୁତର ଥିବା ହେତୁ ଡାକ୍ତର କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ନେଇ ଯିବାକୁ ପରାମର୍ଶ ଦେଇ ଥିବା ବେଳେ ପରିବାର ଲୋକ ନିଜସ୍ୱ ଖର୍ଚ୍ଚ ରେ ଢେଙ୍କାନାଳ ଜିଲ୍ଲାର ରେକୁଳା ନେବା ପାଇଁ ସ୍ଥିର କରିଥିବା ପ୍ରକାଶ କରିଥିଲେ।