ବିଜେଡିକୁ ସମର୍ଥନ ଦେବେ ଅଶୋକ

0

(ହରପ୍ରସାଦ ବିଷୋୟୀ)ଭୁବନେଶ୍ୱର : ଆଗାମୀ ବିଜେପୁର ଉପ-ନିର୍ବାଚନକୁ ନେଇ ସବୁ ଦଳରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।  ଏହାରି ମଧ୍ୟରେ ଗତକାଲି ବିଜେପିରୁ ଇସ୍ତଫା ଦେଇଥିବା ଅଶୋକ ପାଣିଗ୍ରାହୀ ବିଜେପୁର ନିର୍ବାଚନରେ ବିଜେଡିକୁ ସମର୍ଥନ କରିବେ ବୋଲି ଘୋଷଣା କରିଛନ୍ତି । ଦଳୀୟ କର୍ମୀଙ୍କ ସହ ଆଲୋଚନା ପରେ ଅଶୋକ ଏପରି ନିଷ୍ପତ୍ତି ନେଇଥିବା କହିଛନ୍ତି । ବିଜେପୁରର ବିକାଶ ପାଇଁ ଶାସକ ଦଳ ବିଜେଡିକୁ ସମର୍ଥନ କରିବୁ ବୋଲି କହିଛନ୍ତି ଅଶୋକ ।ଉଲ୍ଲେଖଯୋଗ୍ୟ ଯେ, ଗତକାଲି ବିଜେପିରୁ ଇସ୍ତଫା ଦେଇଥିଲେ ବିଜେପିର ବରିଷ୍ଠ ନେତା ଅଶୋକ ପାଣିଗ୍ରାହୀ ।୨୦୧୮ ବିଜେପୁର ଉପ ନିର୍ବାଚନରେ ବିଜେପି ପ୍ରାର୍ଥୀ ଥିଲେ ଅଶୋକ ପାଣିଗ୍ରାହୀ । ଚଳିତ ଉପ ନିର୍ବାଚନରେ ସେ ଦଳୀୟ ପ୍ରାର୍ଥୀ ହେବା ଲାଗି ଆଶାୟୀ ଥିଲେ । ତେବେ ଦଳ ସନତ ଗଡତିଆଙ୍କୁ ପ୍ରାର୍ଥୀ କରିବା ପରେ ସେ ଅସନ୍ତୁଷ୍ଟ ହୋଇଥିଲେ । ଦଳର ନିଷ୍ପତ୍ତିକୁ ବିରୋଧ କରି ସେ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ।