ଅପରାଧ ଓଡିଶା ରାଜନୀତି

ବିଜେଡିର ଛତ୍ରଛାୟାରେ ଗ୍ୟାଙ୍ଗଷ୍ଟାର୍ ଟିଟୋ ?

(ସୁରଜିତ୍ ଧଳ ) : ଦୁର୍ଦ୍ଦାନ୍ତ ଗ୍ୟାଙ୍ଗଷ୍ଟାର ୍ ଟିଟୋ ଏବେ କ୍ରାଇମ୍ ବ୍ରାଂଚ ପୁଲିସ୍ ରିମାଣ୍ଡରେ । ଗତକାଲି କ୍ରାଇମବ୍ରାଞ୍ଚ ଗ୍ୟାଙ୍ଗଷ୍ଟର ଟିଟୋର ସମ୍ପତ୍ତି ସିଜ୍ କରିଥିଲା । କେନ୍ଦ୍ରାପଡାରୁ ବିସ୍ତାର ଲାଭ କରିଥିବା ତାର ସାମ୍ରାଜ୍ୟ ବଢ଼ିଛି ଯାଜପୁର ଯାଏଁ । ଏପରି କି ଜଗସିଂହପୁର , କଟକ ଏବଂ ଭଦ୍ରକର କିଛି ଅଂଶ ମଧ୍ୟ ରହିଛି ଟିଟୋର ହାତ ମୁଠାରେ । ଯାଜପୁର ସହ ଟିଟୋର ଘନିଷ୍ଠ ସମ୍ପର୍କ ଅଛି । ଚଣ୍ଡିଖୋଲରେ ତାର ଏକ ଅଫିସ୍ କାର୍ଯ୍ୟ କରୁଥିଲା । ନିଜ ନାମରେ କୋ÷ଣସି କ୍ୱେରୀ ଲାଇସେନ୍ସ ନଥାଇ ବି ସେ ବେଧଡକ ଅନ୍ୟମାନଙ୍କ ଲାଇସେନ୍ସ ଲୁଟି ନେଉଥିଲା । ସବୁଠୁ ବଡ କଥା , ଯାଜପୁରରେ ଗତ ୧୦/୧୨ ବର୍ଷ ହେଲା ବିଜୁ ଜନତା ଦଳର ନେତାଙ୍କ ବିନା ସମ୍ମତିରେ ସାମନ୍ୟ ପତ୍ର ମଧ୍ୟ ହଲେନାହିଁ । ତେବେ ଏ ପରି ସ୍ଥ୍ିତିରେ ଟିଟୋର ଗଡ ଯାଜପୁରରେ ବିସ୍ତାର ହୋଲା କିପରି ? ତେଣୁ ସ୍ୱଭାବିକ ପ୍ରଶ୍ନ , ଓଡିଶାରେ ବିଜୁ ଜନତା ଦଳ ଏବଂ ନବୀନ ପ୍ରଶାସନର ବିନା ସହଯୋଗରେ ଓ ଛତ୍ରଛାୟାରେ ଏଭଳି ବେଆଇନ୍ ସାମ୍ରାଜ୍ୟ ବିସ୍ତାର ଲାଭ କରିବା ସମ୍ଭବ କି ? ବେଆଇନ୍ ଖଣିଜ ଦ୍ରବ୍ୟ ପରିବହନ , ଚାଲାଣ ଏବଂ ପଥରର ବେଆଇନ୍ କାରବାର ବିଜେଡି ବିଧାୟକ ଓ ନେତାଙ୍କ ସମ୍ପୁର୍ଣ୍ଣ ର୍ସହଯୋଗ ରହିଛି । ଟିଟୋର ରାଜନୀତିକ ଲିଙ୍କ ବାହାର କରିବାର ସାମର୍ଥ୍ୟ କ୍ରାଇମ ବ୍ରାଂଚର ନାହିଁ । କିଭଳି ଟିଟୋର ସମ୍ପର୍କିୟ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଫୁଲତୋଡା ଧରି ଯାଇପାରିଲେ, ତାର ପରଦା ଫାର୍ସ କ୍ରାଇମ ବ୍ରାଂଚ କରିପାରିବ କି ? ଚଣ୍ଡିଖୋଲରେ ଟିଟୋ ଅଫିସ୍ କୁ ଶାସକ ଦଳର କେଉଁ ନେତାମାନେ ଯିବାଆସିବା କରନ୍ତି , ରଶ୍ମିରଞ୍ଜନ ପଣ୍ଡାଙ୍କ ସହ ଟିଟୋର କି ସମ୍ପର୍କ ଅଛି , ସେ ବିଷୟରେ ଅଧିକ ଖୋଲତାଡ୍ ହେଲେ ବିଜୁ ଜନତା ଦଳ କେବଳ ଯାଜପୁର ଜିଲ୍ଲାରେ କାହିଁକି , ସାରା ରାଜ୍ୟରେ ଅଧା ଦୋହଲି ଯିବ ବୋଲି ଚର୍ଚ୍ଚା ଚାଲିଛି ।

Related posts

ସାତକୋଶିଆ ଏନକ୍ଲୋଜରରୁ ମଧ୍ୟପ୍ରଦେଶକୁ ଯିବ ସୁନ୍ଦରୀ

Report

ଡିସେମ୍ବର ୬ରୁ ଭୁବନେଶ୍ୱରରୁ ବ୍ୟାଙ୍କକ୍‌ ଉଡ଼ାଣ ଭରିବ ଏୟାର ଏସିଆ

Report

ଲୁହାପଥର ବୋଝେଇ ଡମ୍ଫର ଜବତ ସହ ୫ ଜଣଙ୍କୁ ଗିରଫ କଲା ବାନ୍ଧିଲାଣି ବହଳଦା ପୋଲିସ

Report

Leave a Comment