ବିଜେଡିକୁ ୩୦ରୁ୩୦

0

ଭୁବନେଶ୍ୱର : ତ୍ରିସ୍ତରିୟ ପଞ୍ଚାୟତ ନିବ ର୍ାଚନରେ ଦେଖିବାକୁ ମିଳିଛି ଉତ୍ସାହ ଜନକ ଫଳ । ବିପୁଳ ମାତ୍ରାରେ ବାଜି ମାରିଛି ଶଙ୍ଖ । ୯୦ ପ୍ରତିଶତ ଭୋଟର ଏଥର ବିଜେଡି ଉପରେ କରିଛନ୍ତି ଆସ୍ଥା । ଏଥର ୩୦ରୁ ୩୦ ଜିଲ୍ଲାରେ ବିଜେଡି ଗଢିବ ଜିଲ୍ଲା ପରିଷଦ ପାଇଁ ଆଧ୍ୟକ୍ଷ । ଏହା ଚଳିତ ପଞ୍ଚମ ଥରର ଶାସନ ଭିତରେ ବିଜେଡିର ଐତିହାସିକ ବିଜୟ । ଗତ ନିର୍ବାଚନରେ ବିଜେଡି ପଶ୍ଚିମ ଓଡିଶାରେ ହରାଇଥିବା ଆସ୍ଥାକୁ ଏଥର କରିଛି ଭରଣ । ମୋଟ ୮୫୨ ଜିଲ୍ଲା ପରିଷଦ ଜୋନରୁ ବିଜେଡି ଖାତାକୁ ଯାଇଛି ୭୬୬ , ସେହିପରି ବିଜେପି ଏବଂ କଂଗ୍ରେସ ଖାତାକୁ ୪୨ ଓ ୩୭ ଜନ୍ ଯାଇଥିବା ବେଳେ ଆନ୍ୟାନ ଦଳକୁ ଯାଇଛି ୪ଟି ଜୋନ୍ । ୨୦୧୭ ନିବ ର୍ାଚନକୁ ଦେଖିଲେ ଚଳିତ ଥର ବିଜେଡି ଖାତାକୁ ଯାଇଛି ୨୯୦ଟି ଜୋନ ଅଧିକ । ଗତଥର ବିଜେଡି ପାଖରେ ୪୭୬ ଥିବା ବେଳେ ଏହା ୨୦୨୨ରେ ବଢି ୭୬୬ରେ ପହଞ୍ଚିଛି । ତେବେ ମୋଟ ୯୦ ପ୍ରତିଶତ ସିଟ ଅକ୍ତିଆର କରି ସବୁ ଜିଲ୍ଲାରେ ଅଧ୍ୟକ୍ଷ ଗଢିବ ଶାସକ ଦଳ ।
ପଶ୍ଚିମ ଓଡିଶା କଥା ଦେଖିବାକୁ ଗଲେ ୧୦ଟି ଜିଲ୍ଲାରେ ଖାତାଖୋଲି ପାରିନି ବିଜେଡି । ୨୦୧୭ରେ ବିଜେପି ଖାତାରେ ଥିଲା ୨୯୭ ଜୋନ । ଏଥର କିନ୍ତୁ ଖସିଆସିଛି ୪୨ ,ଅର୍ଥାତ ୨୫୫ ଜନର ଘାଟା । ମାଲକାନଗିରୀ, କୋରାପୁଟ ,ରାୟଗଡା , ନବରଙ୍ଗପୁର ଦେବଗଡ, ଝାରସୁଗୁଡା , ମୟୁରଭଞ୍ଚ , ଯାଜପୁର ଭଦ୍ରକ ଜଗତସିଂହପୁରରେ ଖୋଲି ପାରିନି ଖାତା ।
ସେହିପରି କଂଗ୍ରେସର କରାପୁଟ ରାୟଗଡା କନ୍ଧମାଳ ଓ ବଲାଙ୍ଗୀର ପରି ଜିଲ୍ଲାରେ ଭଲ ପ୍ରଦର୍ଶନ କରିଥିଲେ ବି ୧୮ଟି ଜିଲ୍ଲାରେ ଖୋଲି ପାରିନି ଖାତା । ତେବେ ୨୦୧୭ରେ କଂଗ୍ରେସ ୬୦ଟି ଜୋନକୁ ହାତେଇଥିବା ବେଳେ ଏଥରକିନ୍ତୁ ୨୩ଟି ଜୋନ ହରାଇ ୩୭ କୁ ଖସିଆସିଛି । ଏକାକି କୋରାପୁଟରୁ କଂଗ୍ରେସକୁ ମିଳିଛି ୧୨ଟି ଜୋନ ।
ରାଜ୍ୟରେ ମୋଟ ଭୋଟରଙ୍କ ସଂଖ୍ୟା ୨ କୋଟି ୧୦ଲ କ୍ଷ ୨୮ହଜାର ୪୦୩ ରହିଛି . ବିଜେଡି ଉପରେ ଆସ୍ଥା ରଖିଛନ୍ତି ୧କୋଟି ୧୦ ଲ କ୍ଷ ୮୯ ହଜାର ୭୧୨ ଭୋଟର ଆର୍ଥାତ ୫୨.୭୩ ପ୍ରତିଶତ । ବିଜେପି କୁ ୩୦.୦୭ ପ୍ରତିଶତ ଭରସା କରାଥିବା ବେଳେ କଂଗ୍ରେସ କୁ କରିଛନ୍ତି ୧୩.୫୭ ପ୍ରତିଶତ ଭରସା ।