ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ କରୋନା ପଜିଟିଭ

0

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସ୍ୱାସ୍ଥ୍ୟବସ୍ଥା ଗମ୍ଭୀର ରହିଛି । ତାଙ୍କୁ ଦିଲ୍ଲୀ ସ୍ଥିତ ସାକେତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଜ୍ଝ ହସ୍ପିଟାଲ ସୂତ୍ର ଅନୁଯାୟୀ, ସିନ୍ଧିଆ କରୋନା ସଂକ୍ରମଣ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସୂଚନା ଅନୁଯାୟୀ, ଜ୍ୟୋତିଃରାଦିତ୍ୟ ସିନ୍ଧିଆ ଓ ତାଙ୍କ ମା ଉଭୟ କରୋନା ସଂକ୍ରମିତ ହୋଇଛନ୍ତି । ଉଭୟଙ୍କୁ ସାକେତ ସ୍ଥିତ ମ୍ୟାକ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ମା ପୁଅଙ୍କ ସ୍ୱାସ୍ଥ୍ୟବସ୍ଥା ବର୍ତ୍ତମାନ ସ୍ଥିର ଥିବା ଜଣାପଡିଛି । ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କର କରୋନା ଲକ୍ଷଣ ଥିବାବେଳେ ତାଙ୍କ ମାଙ୍କର କୌଣସି ଲକ୍ଷଣ ନଥିଲା । ଆଜି ଉଭୟଙ୍କ ପରୀକ୍ଷା ରିପୋର୍ଟ ସକରାତ୍ମକ ହୋଇଛି। ବର୍ତ୍ତମାନ ଉଭୟଙ୍କ ଚିକିତ୍ସା ଚାଲିଛି । ଏଠାରେ ସୂଚନା ଥାଉ କି ଲକଡାଉନ୍ ଘୋଷଣା ହେବା ପରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ଦିଲ୍ଲୀରେ ଅଛନ୍ତି। ସେ ତାଙ୍କ ପରିବାର ସହିତ ଦିଲ୍ଲୀରେ ତାଙ୍କ ବାସଭବନରେ ରହୁଥିଲେ, କିନ୍ତୁ ଚାରି ଦିନ ପୂର୍ବରୁ ହଠାତ୍ ଜ୍ୟୋତିରାଦିତ୍ୟ ସିନ୍ଧିଆ ଅସୁସ୍ଥ ଅନୁଭବ କରିଥିଲେ ।