ବିଜେପି ରାଜ୍ୟ ସଭାପତି ପାଇଁ ଦୌଡ ଆରମ୍ଭ

0

ରିପୋର୍ଟସଟୁଡେ: ରାଜ୍ୟ ବିଜେପି କାର୍ଯ୍ୟକର୍ତ୍ତା ନିର୍ବାଚନ ପାଇଁ ଦଳୀୟ ରାଜନୀତି ଏବେ ଉଷ୍ମ ହୋଇ ଉଠିଛି| ନିର୍ବାଚନ ତାତି ଏବେ ଜିଲ୍ଲା ସ୍ତର ଡେଇଁ ରାଜ୍ୟ ସ୍ତରରେ ପହଁଚିଛି |ତେବେ ରାଜ୍ୟରେ ବିଜେପି ମଙ୍ଗ କିଏ ଧରିବା ତାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛିକେତେକ ବରିଷ୍ଠ ନେତୃବୁନ୍ଦ ପୁରୁଣା ମୁହଁକୁ ଗୁରୁତ୍ୱ ଦେଉଥିବା ବେଳେ ଆଉ କେତେକ ବରିଷ୍ଠ ନେତା ୨୦୨୪ ପାଇଁ ଜଣେ ତୁଙ୍ଗ ନେତାଙ୍କୁ ଦାଇତ୍ୱ ଦିଆଯିବା ଆବଶ୍ୟକ ବୋଲି କହୁଛନ୍ତି| ଯଦି ଏହାକୁ ଦଳର ମୁଣ୍ଡିଆଳମାନେ ବିଚାରକୁ ନିଅନ୍ତି ତେବେ ଏଥର ବିଜେପିର ଜଣେ ନୁଆଁମୁଁହ ହାତରେ ଓଡ଼ିଶାର ପଦ୍ମଫୁଲ ଦାଇତ୍ୱ ରହିବ |ସୂଚନା ଅନୁଯାୟୀ ବିଜପିର ସାମ୍ବିଧାନିକ ନିୟମ ଅନୁଯାୟୀ ପ୍ରତି ତିନି ବର୍ଷରେ ନିର୍ବାଚନ ହେବା କଥା |ଜୁଲାଇ ୬ ରୁ ଆରମ୍ଭ ହୋଇଥିବା ବିଜପିର ସଙ୍ଗଠନ ପର୍ବ ଚଳିତ ମାସ ସୁଦ୍ଧା ଶେଷ ହେବ |ତେବେ ଏହାରି ଭିତରେ ବିଜେପିର ଜିଲ୍ଲା ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଛି |୩୬ଟାରୁ ଆଜି ୧୭ଟି ଏବଂ ଆସନ୍ତାକାଲି ୧୬ଜିଲ୍ଲାର ସଭାପତି ଚୟନ ପ୍ରକ୍ରିୟା ହେବ |ଭୁବନେଶ୍ୱର, ବଲାଙ୍ଗିର ଓ ସୋନପୁରରେ ସଭ୍ୟ ସଂଗ୍ରହ ବିଳମ୍ବିତ ହୋଇଥିଲା । ବିଳମ୍ବ ହେବା ଯୋଗୁଁ ୩ଟି ସାଙ୍ଗଠନିକ ଜିଲ୍ଲାରେ ପରେ ନିର୍ବାଚନ ହେବ ।ଏନେଇ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ସୂଚନା ଦେଇଛନ୍ତି |ତେବେ ସଭାପତି ପାଦରେ ଥିବା ବସନ୍ତ ପଣ୍ଡା ସଁ ସାଂସଦ ଥିବାରୁ ପୁନର୍ବାର ବିଜେପି ରାଜ୍ୟ ସଭାପତି ହେବାର ଆସ କ୍ଷୀଣ ବୋଲି କେତେକ ବରିଷ୍ଠ ନେତୃବୁନ୍ଦ କହୁଥିବା ବେଳେ ଆଉ କେତେକ ପୂର୍ବତନ ସଭାପତି କନକ ବର୍ଦ୍ଧନ ସିଂହଦେଓ ଏହି ଦୋୖଡରେ ଅଛନ୍ତି ବୋଲି କହୁଛନ୍ତି|ରାଜ୍ୟ ବିଜପିରେ ଏବେ ଉପସଭାପତି ଦାୟିତ୍ୱରେ ଥିବା ସମୀର ମହାନ୍ତିଙ୍କ ପ୍ରତି ବିଭିନ୍ନ ସ୍ତରରୁ ସମର୍ଥନ ବଢିଚାଲିଛି |ତେବେ ଦଳ ଜଣେ ନୁଆଁ ମୁହଁକୁ ଦାଇତ୍ୱ ଦେଇ ୨୦୨୪ ପାଇଁ ପ୍ରସ୍ତୁତ ହେଉଛି ବୋଲି ଚର୍ଚ୍ଚା ହେଉଛି |