ବିଜେପୁରରେ ବିଜେଡି ଉପରେ ବର୍ଷିଲେ ବୈଜୟନ୍ତ

0

(ହରପ୍ରସାଦ ବିଷୋୟୀ)ଭୁବନେଶ୍ୱର: ଆସନ୍ତା ୨୧ ତାରିଖରେ ବିଜେପୁର ନିର୍ବାଚନ। ଏହା ପୂର୍ବରୁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ପ୍ରଚାର ଅଭିଯାନକୁ ଜୋରଦାର କରାଯାଇଛି । ବିଭିନ୍ନ ରାଜନୈତିକ ଦଳର ତୁଙ୍ଗନେତାମାନେ ପ୍ରଚାର ମଇଦାନକୁ ଓହ୍ଲାଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହ ସେମାନଙ୍କ ସପକ୍ଷରେ ଭୋଟ ଭିକ୍ଷା କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି   ବିଜେପୁର ମାନପୁରରେ  ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ପ୍ରଚାର କରିଛନ୍ତି । ବୈଜୟନ୍ତ ବିଜେଡି ଉପରେ ବର୍ଷିଛନ୍ତି ।  ସେ କହଛନ୍ତି ଯେ,  ନିର୍ବାଚନ ସମୟରେ ପ୍ରତିଶ୍ରୁତି ଦିଆଯାଉଛି ଓ ପଇସା ଫୋପଡ଼ା ଯାଉଛି ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁରର  ବିକାଶର ଦାୟିତ୍ୱ ନିଜେ ନେବେ ବୋଲି କହିଥିଲେ ।  କିନ୍ତୁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇ ପଳାଇଗଲେ ।  ମୁଖ୍ୟମନ୍ତ୍ରୀ ଏଠାରେ ରହିବାର ଥିଲା । ବିଜେପୁରର ବିକାଶ କରିବାର ଥିଲା ବୋଲି ବୈଜୟନ୍ତ କହିଛନ୍ତି ।ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ଟି ଆସନରୁ ଜିତିଥିଲେ ବି ସେ ଗୁଜୁରାଟ ଛାଡ଼ି ବାରଣାସୀରେ ରହିଲେ ବୋଲି ବୈଜୟନ୍ତ କହିଛନ୍ତି । ସବୁ ରାଜନୈତିକ ଦଳ ବିଜେପୁରରୁ ବିଜୟ ବାନା ଉଡ଼ାଇବା ଲାଗି ରଣନୀତି ପ୍ରସ୍ତୁତ କରିଛନ୍ତି ।  ତେବେ ବିଜେପୁର ବାସୀ କେଉଁ ରାଜନୈତିକ ଦଳ ପ୍ରାର୍ଥୀ ଉପରେ ସୁନା କଳସ ଢାଳୁଛନ୍ତି । ତେବେ ବିଜେଡି ହାତରେ ଥିବା ଏହି ଆସନ ବିଜେଡି ରଖିପାରିବ ନା ବିଜେପି ଛଡାଇ ନେବ ନା କଂଗ୍ରେସ ମ୍ୟାଜିକ କରିବ ତାହା ଆଗାମୀ ଦିନରେ ଜଣାପଡିବ ।