ବିଜେପୁରରେ ବିଜେଡି ନିଶ୍ଚିତ ଜିତିବ: ପଦ୍ମନାଭ ବେହେରା

0

(ହରପ୍ରସାଦ ବିଷୋୟୀ)ଭୁବନେଶ୍ୱର:ବିଜେପୁର ଉପନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରିଛି ବିଜେଡି । ନିର୍ବାଚନ ଜିତିବା ପାଇଁ ରାଜ୍ୟର ପ୍ରମୁଖ ରାଜନୈତିକ ଦଳ ଗୁଡ଼ିକର ଷ୍ଟାର ପ୍ରଚାରକ ମାନେ ମଧ୍ୟ ମଇଦାନକୁ ଓହ୍ଲାଇବେ । କିନ୍ତୁ ବିଜେପୁରରେ ଯେତେ ହେବିୱେଟ ନେତା ଆସିଲେ ମଧ୍ୟ ବିଜେଡି ନିଶ୍ଚିତ ଭାବେ ବିଜୟୀ ହେବ ବୋଲି ଦୃଢକ୍ତିର ସହ ପ୍ରତିକ୍ରିୟା ରଖିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଆସନ୍ତା ୨୧ରେ ବିଜେପୁର ଉପନିର୍ବାଚନ ପାଇଁ ମତଦାନ ହେବ । ୨୪ରେ ଫଳାଫଳ ଆସିବ । ବିଜେପୁର ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ ସରିଛି । ବିଜେପୁରରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେତିକି ଭୋଟ ପାଇ ଜିତିଥିଲେ ଏଥର ବିଜେଡି ତା ଠାରୁ ଅଧିକ ଭୋଟ ପାଇବ ବୋଲି କହିଛନ୍ତି । ବିଜେପି ଓ କଂଗ୍ରେସର ଯେତେ ଷ୍ଟାର ପ୍ରଚାରକ ଆସିଲେ ମଧ୍ୟ ବିଜେଡିର କିଛି ଫରକ ପଡ଼ିବନି । ବିଜେପୁର ବିଜେଡି ପ୍ରାର୍ଥୀନି ରୀତା ସାହୁ ଆଶାତୀତ ଭୋଟ ପାଇ ଜିତିବେ ଓ ଜନ ସମର୍ଥନ ବିଜେଡି ସହ ଅଛି ବୋଲି ସେ କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, ୨୦୧୯ ସାଧାରଣ ନିର୍ବାଚନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨ଟି ଆସନରୁ ନିର୍ବାଚନ ଲଢି ବିଜୟୀ ହୋଇଥିଲେ । କିନ୍ତୁ ସେ ହିଞ୍ଜିଳି ଆସନ ରଖି ବିଜେପୁର ଆସନ ଛାଡ଼ିବା ପରେ ଏହି ଉପନିର୍ବାଚନ ପାଇଁ ବିଗୁଲ ବାଜିଥିଲା ।