(ମୃତ୍ୟୁଞ୍ଜୟ ଭୋଇ/ରିପୋଟରର୍ସ ଟୁଡ଼େ ) : ଆଉ ଅଳ୍ପ ଦିନ ଥିବାରୁ ବିଜେପୁର ନିର୍ବାଜନ ସବୁ ଦଳ ପ୍ରାର୍ଥୀ ଚୟନରେ ଲାଗି ପଡ଼ିଛନ୍ତି । ସେଥିପାଇଁ କଂଗ୍ରେସରେ ଆଜି ପିସିସି ସଭାପତିଙ୍କ ନେତୃତ୍ୱରେ ବିଜେପୁର ଉପନିର୍ବାଚନ ପାଇଁ ଗୁରୁତ୍ୱପୁର୍ଣ୍ଣ ବୈଠକ ବସିବ । ଦଳର କିଏ ପ୍ରାର୍ଥି ହେବେ ସେନେଇ ବରିଷ୍ଠ ନେତା ନରସିଂହ ମିଶ୍ରଙ୍କ ନେତୃତ୍ୱରେ ଏକ କମିଟି ଗଠନ ହୋଇଥିଲା । କମିଟିର ତଥ୍ୟ ଉପରେ ଆଲୋଚନା ସହ ଦଳୀୟ ରଣନୀତି ଉପରେ ଆଲୋଚନା ହେବ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଦିଲ୍ଲୀ ଗସ୍ତରୁ ଫେରିବା ପରେ ଦଳକୁ ମଜଭୁତ କରିବା ସହ କିଭଳି ଦଳର ସମସ୍ତ ଛାମୁଆ ସଂଗଠନ ଏକାଠି ହୋଇ ଦଳର ପ୍ରାର୍ଥୀ ବିଜୟୀ ହେବେ ସେନେଇ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରାଯିବ । ତେବେ ପୂର୍ବଥର ପ୍ରାର୍ଥି ହୋଇଥିବା ରିପୁ ସେଠ କିମ୍ବା ତାଙ୍କ ପୁଅ କି ଦଳ କାହା ଉପରେ ଭରସା କରି ପ୍ରାର୍ଥି କରିବ ସେନେଇ ଚର୍ଚ୍ଚା ଜୋର ଧରିଛି । ଅକ୍ଟୋବର ୨୧ରେ ବିଜେପୁର ଉପନିର୍ବାଚନ ନେଇ ବିଜ୍ଞପ୍ତି ଜାରି ପରେ ରାଜନୀତି ସରଗରମ ରହିଛି ।