ବିଦ୍ୟାଳୟ ପାଇଁ ଏକ କୋଟି ଟଙ୍କା ଦାନ କଲେ ଅକ୍ଷୟ କୁମାର

0

(ରିପୋଟର୍ସ ଟୁଡେ) ; ବଲିଉଡର ଚର୍ଚ୍ଚିତ ଚେହେରା ଅକ୍ଷୟ କୁମାର । ସେ ଦେଶର ସୈନିକ ମାନଙ୍କ ସହ ଅଧିକାଂଶ ସମୟରେ ଭେଟିଥାନ୍ତି । ତେବେ ଆଜି ସେ କାଶ୍ମିରର ନେରୁ ଗାଁ ରେ ପହଞ୍ଚି ବି ଏସ ଏଫ ଯବାନ ଙ୍କୁ ଭେଟିଥିଲେ । ଏ ନେଇ ଅକ୍ଷୟ କୁମାର ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି । ଯାହା ବର୍ତ୍ତମାନ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।ଇନଷ୍ଟାଗ୍ରାମରେ ଏକ ଘଣ୍ଟା ପୂର୍ବରୁ ଅକ୍ଷୟଙ୍କ ଦ୍ୱାରା ସେୟାର ହୋଇଥିବା ଏହି ଫଟୋରେ ଛଅ ଲକ୍ଷରୁ ଅଧିକ ଲୋକ ଲାଇକ୍ କରି ସାରିଛନ୍ତି । ଏହି ଫଟୋ ସେୟାର କରି ଅକ୍ଷୟ କ୍ୟାପସନରେ ଲେଖିଛନ୍ତି, ‘ସୀମା ରକ୍ଷା କରୁଥିବା ବିଏସ୍ଏଫ୍ ସାହସୀମାନଙ୍କ ସହିତ ଆଜି ଏକ ସ୍ମରଣୀୟ ଦିନ ବିତାଇଛି । ଏଠାକୁ ଆସିବା ସର୍ବଦା ଏକ ବିନମ୍ର ଅନୁଭୂତି ହୋଇଥାଏ ଟ୍ଟ ପ୍ରକୃତ ହିରୋମାନଙ୍କୁ ଭେଟିବା ମୋର ହୃଦୟ ସମ୍ମାନ ବ୍ୟତୀତ ଆଉ କିଛି ଭରି ନଥାଏ ।ସୂଚନା ଅନୁଯାୟୀ, ଏହି ସମୟ ମଧ୍ୟରେ ଅକ୍ଷୟ କୁମାର କାଶ୍ମୀରର ନେରୁ ଗ୍ରାମରେ ଥିବା ବିଦ୍ୟାଳୟ ପାଇଁ ଏକ କୋଟି ଟଙ୍କା ଦାନ କରିଛନ୍ତି।