ବିଦ୍ୟୁତ ଆଘାତରେ ନାବାଳକ ଗୁରୁତର

0

(ଓମ ପ୍ରକାଶ ମିଶ୍ର)ସୁବର୍ଣ୍ଣପୁର: ୧୧କେଭି ବିଦ୍ୟୁତ ତାର ଲାଗି ଜଣେ ୮ବର୍ଷର ନାବାଳକ ଗୁରୁତର। ଗୁରୁତର ଶିଶୁଟି ହେଲା ବୌଦ୍ଧ ଜିଲ୍ଲା ଗୋଛାପଡ଼ା ପଞ୍ଚାୟତ ଅନ୍ତର୍ଗତ ତ୍ରିବେଣିପୁର ଗାଁର ସମିର ଗାଇଗରିଆ। ସେ ନିଜ ଘର ଛାତ ଉପରେ ଖେଳୁଥିବା ବେଳେ ୧୧କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ। ଫଳରେ ଗୁରୁତର ହୋଇଯାଇଥିଲେ। ପ୍ରଥମେ ବାଉଁଶୁଣି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ଡ଼ାକ୍ତର ତାଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି। ତେବେ ସମୀରଙ୍କ ପିଠି ଅଂଶ ପୋଡ଼ି ଯାଇଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ସେ ସୁବର୍ଣ୍ଣପୁରରେ ଚିକିତ୍ସିତ ହେଉଛନ୍ତି ।