ବିଦ୍ୟୁତ ଆଘାତରେ ୨ଶ୍ରମିକ ମୃତ

0

(ମମତା ସାମଲ)ରିପୋର୍ଟସଟୁଡେ: ବଲାଙ୍ଗୀର ଜିଲ୍ଲା ଦେଓଗାଁ ଅଂଚଳରେ ଘଟିଛି ଅଭାବନୀୟ ଘଟଣା । ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପ କାମ ଚାଲିଥିବା ବେଳେ ବିଦ୍ୟୁତ ଆଘାତରେ ଦୁଇଜଣ ଶ୍ରମିକ ପ୍ରାଣ ହରାଇଛନ୍ତି ।
ସୂଚନାନୁସାରେ, ଆଜି ସକାଳେ ଦେଓଗାଁ ବ୍ଲକ ଅନ୍ତର୍ଗତ ଜରାସିଙ୍ଗା ଗ୍ରାମରେ ଗ୍ରାମ୍ୟ ଜଳଯୋଣ ପ୍ରକଳ୍ପ କାମ ଚାଲିଥିଲା । ଏହି କାମରେ ପ୍ରାୟ ୨୦ରୁ ଅଧିକ ଶ୍ରମିକ ସାମିଲ ଥିଲେ । ସେହି ସମୟରେ ଦୁଇଜଣ ଶ୍ରମିକ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ । ଫଳରେ ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ହୋଇଥିଲା । ମୃତ ଦୁଇ ଶ୍ରମିକ ପଶ୍ଚିମବଙ୍ଗର ହୋଇଥିବା ଜଣାପଡିଛି ।
ଏହି ଅଘଟଣ ପରେ ପ୍ରକଳ୍ପ କାମକୁ ବନ୍ଦ ରଖାଯାଇଛି । ତେବେ ସେଠାରେ କିଛି ସମୟ ପାଇଁ ଉତେଜନା ପ୍ରକାଶ ପାଇଥିଲା ପୋଲିସ ଘଟଣାସ୍ଥଳରେ ପହଁଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି ।