ବିବାହ କରିବେ ମିକା ରାକ୍ଷୀ!

0

ବମ୍ବେ : ଟିଭି ପରଦାରେ ଆମେ ଅନେକ ରାୟାଲିଟି ସୋ ଦେଖିଥାଉ । ସେହି ପରି ବହୁ ଆଗରୁ ଏକ ରିୟାଲିଟି ଶୋ ଆସିଥିଲା ସ୍ୱଂୟମ୍ବର । ଯାହାକୁ ଲୋକ ବହୁ ମାତ୍ରାରେ ଗ୍ରହଣ କରିଥିଲେ । ଯେଉଁଥିରି ଅନେକ ସେଲିବ୍ରେଟି ଭାଗ ନେବାର ଦେଖିବାକୁ ମିଳିଥିଲା । ରିୟାଲିଟି ଶୋ ରୁ ଅନେକ ଲୋକ ପ୍ରିୟତା ମଧ୍ୟ ହାସଲ କରିଥିଲେ । ସେମାନଙ୍କ ମଧ୍ୟରୁ ରାକ୍ଷୀ ସାୱତ ,ରତନ ରାଜପୁତ, ରାହୁଲ ମହାଜନ, ମଲ୍ଲିକା ଶେରାୱତଙ୍କୁ ମିଲିଥିଲା ବହୁ ଲୋକପ୍ରିୟତା । ବଡ ପରଦାରେ ବି ସେମାନଙ୍କୁ ମିଳିଲା କାମ । ସବୁଠାରୁ ଅଧିକ ଚର୍ଚ୍ଚାରେ ଥିଲେ ବିବାଦୀୟ କୁଇନ ରାକ୍ଷୀ । ପୁଣି ଥରେ ସେ ବିବାହ ଲାଗି ମନ କରିଛନ୍ତି । ପଞ୍ଜାବର ଗାୟକ ମିକା ସିଂଙ୍କୁ ବିବାହ ପାଇଁ ମନ କରିଛନ୍ତି ରାକ୍ଷୀ । ତେବେ ଚର୍ଚ୍ଚା ରହିଛି ନିକଟରେ ଟିଭି ପରଦାରେ ଏକ ରିୟାଲିଟି ଶୋ ହେବାକୁ ଯାଉଛି । ଯେଉଁ ଥିରେ ଦୁହ୍ଲେ ରାଜା ସାଜିବେ ଏହି ୪୪ ବର୍ଷିୟ ଲୋକପ୍ରିୟ ଗାୟକ ମିକା ସିଂ । ତାଙ୍କୁ ବିବାହ କରିବା ଲାଗି ଆସିବେ ବହୁ ତରୁଣୀ । ଯେଉଁଥିରେ ସାମିଲ ଅଛନ୍ତି ରାକ୍ଷୀ । ପୂର୍ବରୁ ମିିକା ଏବଂ ରାକ୍ଷୀଙ୍କ ମଧ୍ୟରେ ବିବାଦ ସାମ୍ମାକୁ ଆସିଥିଲା । ମିକା ବିନା ଅନୁମତିରେ ରାକ୍ଷୀଙ୍କୁ କରିଥିଲେ କିସ୍ ।