ବିଶ୍ୱାସଭାଜନ ହୋଇଥିବା ପ୍ରାର୍ଥୀଙ୍କ ନବୀନଙ୍କୁ କୃତଜ୍ଞତା

0

(ସରୋଜ ରାଉତ) ଭୁବନେଶ୍ୱର: ଗତକାଲି ସନ୍ଧ୍ୟାରେ ବିଜେଡି ତାର ତୃତୀୟ ତାଲିକା ଘୋଷଣା କରାଯାଇଥିଲା । ଦଳ ସୁପ୍ରିମୋଙ୍କ ବିଶ୍ୱାସଭାଜନ ହୋଇଥିବାରୁ କେନ୍ଦ୍ରାପଡା ମହାକାଳ ପଡା ବିଧାୟକ ପ୍ରାର୍ଥୀ, ଅତନୁ ସବ୍ୟସାଚୀ, ଯାଜପୁର ଜିଲ୍ଲା ବି’ାରପୁର ବିଧାୟକ ପ୍ରାର୍ଥୀ ପ୍ରମିଳା ମଲ୍ଲୀକ, କେନ୍ଦୁଝରର ଘସିପୁର ବିଧାୟକ ପ୍ରାର୍ଥୀ ବଦ୍ରି ପାତ୍ର, ଭଦ୍ରକର ଶିମୁଳିଆ ପ୍ରାର୍ଥୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ଚୌଦ୍ୱାର କଟକର ପ୍ରାର୍ଥୀ ସୋଭିକ ବିଶ୍ୱାଳ, ବାଙ୍କୀ ପ୍ରାର୍ଥୀ ଦେବୀପ୍ରସାଦ ତ୍ରିପାଠୀ, ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ଅରୂପ ପଟ୍ଟନାୟକ ପ୍ରମୁଖ ଆଜି ନବୀନ ନିବାସକୁ ଯାଇ ସେଠାରେ ନବୀନଙ୍କୁ କୃତଜ୍ଞତା ଜଣାଇଥିଲେ ।