ବୁଲ୍ଲୀବାଈ ଆପ ମାମଲା: ଝାରସୁଗୁଡାରୁ ଆଉ ଜଣେ ଗିରଫ

0

ଭୁବେଶ୍ୱର: ବହୁ ଚର୍ଚ୍ଚିତ ବୁଲ୍ଲୀବାଈ ଆପ ମାମଲାରେ ଓଡିଶାରୁ ଆଉ ଜଣେ ଗିରଫ । ମୁମ୍ବାଇ ପୁଲିସ ଆଜି ଝାରସୁଗୁଡାରୁ ଆଉ ଜଣଙ୍କୁ ଗିରଫ କରିଛି । ମୁମ୍ବାଇ ପୁଲିସର କ୍ରାଇମ ବ୍ରାଞ୍ଚଟିମ ଏହି ମାମଲାରେ ଏବେ ଓଡିଶାରେ ଡେରା ପକାଇଛି । ଆଜି ପୂର୍ବରୁ ଜଣଙ୍କୁ ଭୁବନେଶ୍ୱରରୁ ଗିରଫ କରାଯାଇଥିବା ବେଳେ ଅପରାହ୍ନରେ ଆଉ ଜଣଙ୍କୁ ଗିରଫ କରିଛି ।
ପୂର୍ବରୁ ବୁଲ୍ଲୀବାଈ ଆପ ମାମଲାରେ ମୁମ୍ବାଇ ପୁଲିସ ୪ ଜଣଙ୍କୁ ଗିରଫ କରିଥିବା ବେଳେ ଆଜି ୨ ଜଣଙ୍କୁ ଗିରଫ କରିଛି । ତେବେ ଏହି ମାମଲାରେ ଆହୁରି ଅନେକ ସମ୍ପୃକ୍ତ ଥିବା ନେଇ ମୁମ୍ବାଇ ପୁଲିସ ତଦନ୍ତ ଜାରି ରଖିଛି ।