ବେଗୁନିଆପଡା ବ୍ଲକରେ 5T ରୂପାନ୍ତରଣ ସ୍ମାର୍ଟ କ୍ଲାସର ସମୀକ୍ଷା କଲେ ବିଧାୟିକା

0

(ହର ପ୍ରସାଦ ବିଷୋଇ / ଗଞାମ) ; ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକରେ ମଙ୍ଗଳବାର ଦିନ ବିଭିନ୍ନ ବିଦ୍ୟାଳୟ ବୁଲି 5T ଉପକ୍ରମ ରେ ସ୍କୁଲ ରୂପାନ୍ତରଣରେ ସ୍ମାର୍ଟକ୍ଲାସର ସମୀକ୍ଷା କରିଛନ୍ତି କବିସୂର୍ୟ୍ୟନଗର ବିଧାୟିକା ଲତିକା ପ୍ରଧାନ । ଏହି ଅବସରରେ ବେଗୁନିଆପଡା ସ୍ଥିତ ଜନତା ନୋଡାଲ ହାଇସ୍କୁଲ , ରାଗପୁର ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ , ପାଇକପଡା ସ୍ଥିତ ବଟେସ୍ୱର ହାଇସ୍କୁଲ, ତାଳସର ସ୍ଥିତ ହାଇସ୍କୁଲ , ସାଙ୍କୁଡ଼ା ସ୍ଥିତ ଧବଳେଶ୍ୱର ବିଦ୍ୟାପୀଠ ,ସୁମଣ୍ଡଳ ସ୍ଥିତ ରବିଘୋଷ ନୋଡାଲ ହାଇସ୍କୁଲ ର ସ୍ମାର୍ଟ କ୍ଲାସ ବୁଲି ଦେଖିବା ସହ ଏହାର ଅଗ୍ରଗତି ଓ ତ୍ଵରାନିତ କରିବା ପାଇଁ ବିଡ଼ିଓଙ୍କୁ କହିଥିଲେ । ଏହି ଅବସରରେ ବିଦ୍ୟାଳୟ ର ଛାତ୍ରୀଛାତ୍ର ମାନଙ୍କ ସହ ପାଠ ପଢା ବିଷୟରେ ଆଲୋଚନା କରିଥିଲେ । ତାଙ୍କ ସହ ବିଡିଓ ବେଦବର ପ୍ରଧାନ, ବ୍ଲକ ସଭାପତି ବିଜୟ କୁମାର ଦୋରା , ସହକାରୀ ଯନ୍ତ୍ରୀ ସାଲା ସଂଗୀତା ଟୁଡୁ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ତ୍ରିନାଥ ଭୂୟାଁ ଙ୍କ ସମେତ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଓ ଲୋକ ପ୍ରତିନିଧି ଉପସ୍ଥିତ ଥିଲେ ।