ବୈଜ୍ଞାନିକ ଏରିକ ଜାକମିନଙ୍କୁ UNESCO କଳିଙ୍ଗ ପୁରସ୍କାର

0

(ଅନୁସ୍ୱୟା)ଭୁବନେଶ୍ୱର: ୨୦୧୭ ପାଇଁ ବେଲଜିୟମର ବୈଜ୍ଞାନିକ ଏରିକ ଜାକମିନଙ୍କୁ ଟଘଋଝଉଙ କଳିଙ୍ଗ ପୁରସ୍କାର ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ବିଜ୍ଞାନ ଓ ବୈଷୟିକ ସଂଗ୍ରହାଳୟ କ୍ଷେତ୍ରକୁ ଅବଦାନ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଛି । ପୁରସ୍କାର ପ୍ରଦାନ ସମାରୋହରେ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇ କହିଛନ୍ତି ସାଧାରଣ ଲୋକଙ୍କୁ ବିଜ୍ଞାନର ଲାଭ ପହଞ୍ଚାଇବା ଦରକାର । ବିଜୁବାବୁ ୩୪ବର୍ଷ ବୟସରେ ବିଶ୍ୱସ୍ତରୀୟ ପୁରସ୍କାର ପ୍ରଚଳନ କରିଥିଲେ । ବିଜ୍ଞାନର ପ୍ରସାର ପାଇଁ ବିଜୁବାବୁଙ୍କ ନେତୃତ୍ୱ ଉଦାହରଣୀୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏବେ ସୁଦ୍ଧା ୨୫ଟି ଦେଶର ୬୯ବୈଜ୍ଞାନିକଙ୍କୁ ଏହି ପୁରସ୍କାର ମିଳିଛି ।