ବୈଷ୍ଣବ ଚରଣ ପରିଡ଼ାଙ୍କ ପରଲୋକରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

0

(ରିପୋର୍ଟସ ଟୁଡ଼େ): ପୂର୍ବତନ ରାଜ୍ୟସଭା ସାଂସଦ ବୈଷ୍ଣବ ଚରଣ ପରିଡ଼ାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନ୍ତିମ ଶ୍ରଦ୍ଧାଜଳି ଜଣାଇଛନ୍ତି । ବୈଷ୍ଣବଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । । ବୈଷ୍ଣବ ଓଡ଼ିଆ ଭାଷା ସଂସ୍କୃତିର ଜଣେ ମହାନ ଯୋଦ୍ଧା ଥିଲେ। ଆମ ଦଳରୁ ସେ ରାଜ୍ୟସଭା ସାଂସଦ ଭାବେ ପ୍ରତିନିଧିତ୍ୱ କରିଥିବା କଥା ନବୀନ କହିଛନ୍ତି ।
ପୂର୍ବତନ ସାଂସଦ ତଥା ଭାଷା ଆନ୍ଦୋଳନର ପୁରୋଧା ବୈଷ୍ଣବ ଚରଣ ପରିଡ଼ାଙ୍କର ବିୟୋଗରେ ବହୁ ରାଜନେତା ସମେତ ବିଶିଷ୍ଟ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ବୈଷ୍ଣବଙ୍କ ମୃତ୍ୟୁରେ ଶୋକବ୍ୟକ୍ତ କରିବା ସହ ତାଙ୍କ ଆତ୍ମାର ସଦଗତି କାମନା କରିଛନ୍ତି।
ଗୁରୁବାର ସକାଳ ୧୦.୪୫ରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପୂର୍ବତନ ସାଂସଦ ବୈଷ୍ଣବ ପରିଡ଼ା ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଦୀର୍ଘ ଦିନ ଧରି ସେ ଲିମ୍ଫୋମା ସଂକ୍ରମଣରେ ପୀଡ଼ିତ ଥିଲେ। ମୃତ୍ୟୁବେଳକୁ ତାଙ୍କୁ ୭୭ ବର୍ଷ ବୟସ ହୋଇଥିଲା । ବୈଷ୍ଣବ ପରିଡ଼ା ଏକାଧାରାରେ ଜଣେ ସମାଜସେବୀ, ସ୍ତମ୍ଭକାର ଓ ବିଶିଷ୍ଟ ରାଜନେତା ଥିଲେ ।