ବ୍ଳକ ସ୍ତରୀୟ ଶକ୍ତି ସଂରକ୍ଷଣ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

0

(ଗୋଲାପ ସାହୁ)କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଜୟପାଟଣା ଠାରେ ଉମାଶଙ୍କର ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ ବ୍ଳକ ସ୍ତରୀୟ ଶକ୍ତି ସଂରକ୍ଷଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଉଚ୍ଚ ବିଦ୍ୟାଳୟ ଠାରୁ ଏକ ରାଲି ବାହାରି ସହର ପରିକ୍ରମା କରିଥିଲେ। ଆଧୁନିକ ଯୁଗରେ ମଣିଷ ବିଭିନ୍ନ ଉପକରଣ ବ୍ୟବହାର କରି ଶକ୍ତି କୁ ବହୁମାତ୍ରାରେ ଉପଯୋଗ କରୁଛି।ଯାହା ଫଳରେ ଭବିଷ୍ୟତରେ ପରିବେଶ ପ୍ରଦୂଷଣ ହେବା ସହିତ ବିଶ୍ୱ ତାପମାତ୍ରା ବୃଦ୍ଧି ପାଇ ଜନସାଧାରଣଙ୍କୁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିବ।ଏହାର ନିୟନ୍ତ୍ରଣ ପାଇଁ କିଛି ସରଳ ଉପାୟ ଅବଲମ୍ବନ କରି ୩୦ଭାଗ ଶକ୍ତି ସଂଚୟ ହୋଇପାରିବ ବୋଲି ବ୍ୟାନର, ସ୍ଲୋଗାନ ମାଧ୍ୟମରେ ସଚେତନତା ଅଭିଯାନ କରାଯାଇଥିଲା।ଏଥିରେ ଉଚ୍ଚ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ଜନସାଧାରଣ ଯୋଗ ଦେଇଥିଲେ।