ଭଗତ ସିଂଙ୍କୁ ରାଷ୍ଟ୍ରପୂତ ଦାବିରେ ଶୋଭାଯାତ୍ରା

0

ଭଦ୍ରକ/ ସେକ ଫଇଜାନ କଦାରୀ :ଭଦ୍ରକ ସହୀଦ ଭଗତ ସେନା ପକ୍ଷରୁ ଭଗତ ସିଂ ଙ୍କ ୧୧୫ ତମ ଜନ୍ମ ଜୟନ୍ତୀ ପାଳିତ ହୋଇ ଯାଇଛି ଏହି ଅବସରରେ ସହୀଦ ଭଗତ ସେନା ର ସଭାପତି ତଥା ବିଶିଷ୍ଠ ସମାଜସେବୀ ସୀତାଂଶୁ ଶେଖର ମହାପାତ୍ର ଙ୍କ ନେତୃତ୍ୱ ରେ ସ୍ଥାନୀୟ ନେହେରୁ ଷ୍ଟାଡିଅମ ଠାରୂ ଏକ ବିଶାଳ ମଟର ସାଇକେଲ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲେ । ଏହି ଶୋଭାଯାତ୍ରା ରେ ଜ଼ିଲ୍ଲା ର ବିଭିନ୍ନ ବ୍ଲକ ରୁ ସତାଦିକ ଭଗତ ସେନା କର୍ମୀ ଯୋଗ ଦେଇ ଥିଲେ । ସେହିପରି ସହୀଦ ଭଗତ ସିଂ ଙ୍କୁ ରାଷ୍ଟ୍ରପୁତ୍ର ଆଖ୍ୟା ଦେବା ପାଇଁ ଏହି ଶୋଭାଯାତ୍ରା କରା ଯାଇଥିବା ବେଳେ ଭଗତ ସେନା ପକ୍ଷରୁ ଦାବି କରା ଯାଇଛି ।