ଭଗବାନ ଆୟପ୍ପାଙ୍କୁ ଦର୍ଶନ କଲେ ୨ ମହିଲା,କେରଳରେ ହାଇ ଆଲର୍ଟ

0

(ରିିପୋର୍ଟସ ଟୁଡ଼େ): ବହୁ ଚର୍ଚ୍ଚିତ କେରଳର ଶାବରୀମାଲା ମନ୍ଦିରକୁ ୨ ଜଣ ମହିଳା ପ୍ରବେଶ କରିଛନ୍ତି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ମହିଳା ଦ୍ୱୟ ବିନ୍ଦୁ ଏବଂ କନକଦୁର୍ଗାଙ୍କ ବୟସ ୫୦ ବର୍ଷରୁ କମ ହେବ । ସେମାନେ ଆଜି ଭୋର ୩ଟା ୪୫ରେ ମନ୍ଦିର ଭିତରକୁ ପ୍ରବେଶ କରି ଭଗବାନ ଆୟପ୍ପାଙ୍କୁ ଦର୍ଶନ କରିଛନ୍ତି । ମାତ୍ର ଏହା ପୂର୍ବରୁ ମହିଳାଙ୍କୁ ମନ୍ଦିର ଭିତରକୁ ଯିବା ମନା ଥିଲା । ସୁପ୍ରିମକୋର୍ଟଙ୍କ ଦ୍ୱାରା ରାୟ ପ୍ରକାଶ ପାଇବା ପରେ ସ୍ଥାନୀୟ ବିରୋଧୀମାନେ ମହିଳାଙ୍କ ପ୍ରବେଶକୁ ନେଇ କଡ଼ା ବିରୋଧ କରିଆସୁଛନ୍ତି ।
ମହିଳାମାନେ ମନ୍ଦିରକୁ ପ୍ରବେଶ କରୁଥିବା ବେଳେ ସାଥୀରେ ବ୍ୟାପକ ପୁଲିସ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ବିବାଦୀୟ ଶାବରୀମାଲା ମନ୍ଦିରକୁ ପ୍ରବେଶ କରିବା ପାଇଁ ମହିଳା ଦ୍ୱୟ ଡିସେମ୍ବର ୧୮ରେ ଉଦ୍ୟମ କରିଥିଲେ । ମାତ୍ର ସେହି ସମୟରେ ପ୍ରଦର୍ଶନକାରୀମାନେ ମହିଳାଙ୍କୁ ପ୍ରବେଶ କରିବାକୁ ସୁଯୋଗ ଦେଇ ନଥିଲେ ।
ବିନ୍ଦୁ ନାମ୍ନା ଜଣେ ଓକିଲ ଓ କନକଦୁର୍ଗା ନାମ୍ନା ଜଣେ ସାମାଜିକକର୍ମୀ ଏକ ନିଉଜ୍‌ ଚାନେଲ୍‌କୁ କହିଛନ୍ତି ଯେ ସେମାନେ ପର୍ବତ ଚୂଡ଼ାରେ ଅବସ୍ଥିତ ପ୍ରଭୁ ଆୟପ୍ପାଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ସେମାନେ ଦାବି କରୁଛନ୍ତି ଯେ ସେମାନେ ପୁରୁଷ ପୋଷାକ ପିନ୍ଧିଥିଲେ ଏବଂ ଡଜନାଧିକ ସାଦା ପୋଷାକ ପରିହିତ ପୁଲିସ ସେମାନଙ୍କ ସାଙ୍ଗରେ ଯାଇଥିଲେ। ଉଭୟ ଗୋଟାଏ ଆମ୍ବୁଲାନ୍‌ସ୍‌ରେ ଆସିଥିଲେ ଏବଂ ପୁଲିସ ସତର୍କତାର ସହ ସେମାନଙ୍କ ଲାଗି ବନ୍ଦୋବସ୍ତ କରିଥିଲା। ଉଭୟ ମନ୍ଦିରରେ ପୂଜାର୍ଚ୍ଚନା କରୁଥିବାର ଏକ ଫଟୋ ମଧ୍ୟ ରିଲିଜ୍‌ କରିଛନ୍ତି।