ଭାରତକୁ ଆଉ ଏକ ସ୍ୱର୍ଣ୍ଣ ଆଣିଲେ ସୁଧୀର

0

ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପୁଣି ଭାରତକୁ ମିଳିଲା ଆଉ ଏକ ସ୍ଵର୍ଣ |ପାରା ପାଓ୍ୱାରଲିଫ୍ଟିଂରେ ଭାରତକୁ ସ୍ୱର୍ଣ୍ଣ ପଦକ ଆଣିଲେ ସୁଧୀର |ପ୍ରଥମ ପ୍ରୟାସରେ ୨୦୮ କେଜି ଭାରୋତ୍ତଳନ କରିଥିଲେ ସୁଧିର । ଦ୍ୱିତୀୟ ଲିଫ୍ଟରେ ୨୧୨ କେଜି ଭାର ଉଠାଇ ସ୍ୱର୍ଣ୍ଣ ଜିତିଛନ୍ତି ସୁଧିର । ପୂର୍ବରୁ ୨୭ ବର୍ଷୀୟ ସୁଧିର ଏସିଆନ ପାରା ଗେମ୍ସରେ ବ୍ରୋଞ୍ଜ ମେଡାଲ ହାତେଇଥିଲେ । ଏବେ ସୁଦ୍ଧା କମନୱେଲଥ ଗେମ୍ସରେ ଦେଶକୁ ୨୦ଟି ପଦକ ମିଳିଥିବା ବେଳେ ୬ଟି ସ୍ୱର୍ଣ୍ଣ ପଦକ ହାସଲ ହୋଇଛି ।ଭାରତ ପାଇଁ ଏହା ଏକ ଗର୍ବର ବିଷୟ |