ନୂଆଦିଲ୍ଲୀ: ନିକଟରେ ଭାରତୀୟ ଅଲମ୍ପିକ ସଂଘର ସଭାପତି ନିର୍ବାଚନ ହେବାକୁ ଯାଉଛି । ଏଥିରେ ପ୍ରଥମ ମହିଳା ସଭାପତି ହେବାକୁ ଯାଉଛନ୍ତି ପିଟି ଉଷା । ସୁଚନାମୁତାବକ, ୧୦ ଡିସେମ୍ବରରେ ନିର୍ମାଚନ ହେବାକୁ ଯାଉଛି ଗତକାଲି ତଥା ୨୭ ନଭେମ୍ବର ଦିନ ନାମାଙ୍କ ଭରିବାର ଶେଷ ଦିନ ଥିଲା । କିନ୍ତୁ ଅନ୍ୟ କେହି ସଭାପତି ପଦ ପାଇଁ ନାମାଙ୍କନ ଭରି ନାହଁନ୍ତି । ଯାହାଦ୍ୱାରା ପିଟି ଉଷା ଏକ ପ୍ରକାର ଭାରତୀୟ ଅଲମ୍ପିକ୍ ଆସୋସିଏସନ୍ ର ପ୍ରଥମ ମହିଳା ସଭାପତି ହେବା ସୁନିଶ୍ଚିତ ।
ଖବରଅନୁଯାୟୀ, ପିଟି ଉଷା ଏସୀୟ ଗେମ୍ସର ଏକାଧିକ ସୂର୍ଣ୍ଣ ପଦକ ବିଜେତା ରହିଛନ୍ତି । ୫୮ ବର୍ଷିୀୟ ଆଥଲେଟ ପିଟି ଉଷା ୧୯୮୪ ମସିହା ଅଲିମ୍ପିକ୍ସରେ ପିଟି ଉଷା ୪୦୦ ମିଟର ଦୌଡରେ ସଫଳତାରୁ ମାତ୍ର ଅଳ୍ପକେ ବର୍ତ୍ତିଥିଲେ । ଫଳରେ ସେ କାଂସ୍ୟ ପଦକରୁ ବଞ୍ଚିତ ଥିଲେ । ଗତକାଲି ଭାରତୀୟ ଅଲମ୍ପିକ ସଂଘର ସଭାପତି ହେବା ପାଇଁ ନାମାଙ୍କନ ଦାଖଲ କରିଛନ୍ତି । ଏଥିସହ ଅନ୍ୟ ୧୪ ଜଣ ବ୍ୟକ୍ତି ମଧ୍ୟ ଭିନ୍ନ ଭିନ୍ନ ପଦ ପାଇଁ ନାମାଙ୍କନ ଦାଖଲ କରିଛନ୍ତି । ଆଇଓଏରେ ଜଣେ ଅଧ୍ୟକ୍ଷ, ଜଣେ ବରିଷ୍ଠ ଉପାଧ୍ୟକ୍ଷ, ଦୁଇଜଣ ଉପାଧ୍ୟକ୍ଷ, ଜଣେ କୋଷାଧକ୍ଷ ପଦ ପାଇଁ ନିର୍ବାଚନ ହେବାକୁ ଯାଉଛି ।