ଭାରତ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା

0

ନୂଆଦିଲ୍ଲୀ: ଭାରତରେ ଦ୍ରୁତ କରୋନା ସଂକ୍ରମଣକୁ ନେଇ ଆମେରିକା ସେଠାରେ ରହୁଥିବା ଭାରତୀୟଙ୍କୁ ଭାରତ ଯିବାକୁ ମନା କରିଛି । ଆମେରିକାରେ ବାସ କରୁଥିବା ଭାରତୀୟଙ୍କ ପାଇଁ ଜାରି ହୋଇଛି ଟ୍ରାଭେଲ ଆଡଭାଇଜରୀ । ଆବଶ୍ୟକ ନ ଥିଲେ ଭାରତ ନ ଯିବାକୁ ତାଗିଦ କରିଛି ସେଣ୍ଟରସ୍ ଫର ଡିଜିଜ କଣ୍ଟ୍ରୋଲ (ସିଡିସି) । ଆମେରିକା ଅନୁଯାୟୀ, ଭାରତରେ ବର୍ତ୍ତମାନ ମାରାତ୍ମକ ଭୂତାଣୁ ଲାଗି ସଂକ୍ରମଣ ଦ୍ରୁତ ଅଭିବୃଦ୍ଧି ଘଟୁଛି । ଭାରତରେ ଏବେ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ବୃଦ୍ଧିପାଇଚାଲିଛି । ତେଣୁ ଏପରି ସ୍ଥିତିରେ ଭାରତକୁ ଯିବା ଉଚିନ ନୁହେଁ । ଆମେରିକା ସେଠାକାର ଭାରତୀୟ ନାଗରିକଙ୍କୁ କହିଛି କି, ଯଦି ନିହାତି ଆବଶ୍ୟକ ନାହିଁ ତେବେ ଆମେରିକା ଛାଡନ୍ତୁ ନାହିଁ । ଏପରି କି ଟୀକା ନେଇଥିଲେ ମଧ୍ୟ ଭାରତ ଯାତ୍ରାକୁ ବାତିଲ କରନ୍ତୁ । କାରଣ ଟୀକା ପରେ ମଧ୍ୟ ସଂକ୍ରମଣ ଭୟ ରହିଛି ।
ବର୍ତ୍ତମାନ ଭାରତରେ ଦେଢକୋଟିରୁ ଅଧିକ ଲୋକ ସଂକ୍ରମିତ ହୋଇସାରିଲେଣି । ଏହି ସଂକ୍ରମଣକୁ ଦୃଷ୍ଟିରେ ରଖି ଆମେରିକା, ବ୍ରିଟେନ ପରି ରାଷ୍ଟ୍ର ସେଠାରେ ରହୁଥିବା ଭାରତୀୟଙ୍କ ଭାରତ ଯାତ୍ରା ଉପରେ କଟକଣା ଲଗାଇଛନ୍ତି ।