Reporters Today
  • Home
  • ଓଡିଶା
  • ଭାରସାମ୍ୟ ହରାଇ ଓଲଟିଲା ପିକଅପ, ଜଣେ ମୃତ
ଓଡିଶା

ଭାରସାମ୍ୟ ହରାଇ ଓଲଟିଲା ପିକଅପ, ଜଣେ ମୃତ

(ରିପୋର୍ଟସ ଟୁଡେ / ମଧୁସ୍ମିତା ତ୍ରିପାଠୀ): ବାଲେଶ୍ୱର ଜିଲ୍ଲା ଶିଳ୍ପାଞ୍ଚଳ ଥାନା ନିକଟରେ ଆଜି ଭୋର ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି ।ଏହି ଦୁର୍ଘଟଣାରେ ଜଣେ ସାଇକେଲ୍ ଆରୋହୀ ପ୍ରାଣ ହରାଇଥିବା ଜଣାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ୧୦ଟା ୧୫ ମିନିଟ୍ ସମୟରେ ଏକ ଧାନ ବୋଝେଇ ପିକ୍ ଅପ୍ ଭ୍ୟାନ୍ ବାମପଦା ଛକରେ ଜଣେ ସାଇକେଲ ଆରୋହୀଙ୍କୁ ଚାପି ଦେଇଥିଲା । ଉକ୍ତ ପିକ୍ ଅପ୍ ଭ୍ୟାନ୍ ବାଲେଶ୍ୱର ସହରରୁ ରେମୁଣା ଗୋଲେଇ ଛକ ଆଡ଼କୁ ଯାଉଥିଲା। ଶିଳ୍ପାଞ୍ଚଳ ଥାନାଠାରୁ ପ୍ରାୟ ୧୦୦ ମିଟର୍ ଦୂରରେ ଥିବା ଏକ ହମ୍ପରେ ଗାଡ଼ିଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା।
ଏହି ସମୟରେ ରେମୁଣା ଗୋଲେଇ ଛକ ଆଡ଼କୁ ଯାଉଥିବା ଜଣେ ସାଇକେଲ ଆରୋହୀଙ୍କୁ ପିକ୍ ଅପ୍ ଭ୍ୟାନ୍ ଚାପି ଦେଇଥିଲା। ଏହା ଫଳରେ ଘଟଣାସ୍ଥଳରେ ହିଁ ଉକ୍ତ ସାଇକେଲ ଆରୋହୀଙ୍କର ମୃତ୍ୟୁ ଘଟିଥିଲା। ଏହାପରେ ସେହି ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବି କରି ରାସ୍ତାରୋକ ବି କରିଥିଲେ। ପୁଲିସ୍ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିବା ଜଣାଯାଇଛି। ଶିଳ୍ପାଞ୍ଚଳ ଥାନା ପୁଲିସ୍ ଏହି ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣା ଘଟାଇଥିବା ପିକ୍ ଅପ୍ ଭ୍ୟାନକୁ ପୁଲିସ୍ ଜବତ କରିଥିବା ଜଣାଯାଇଛି। ମୃତ ସାଇକେଲ ଆରୋହୀଙ୍କର ପରିଚୟ ମିଳି ନାହିଁ।

Related posts

ଜୁନ ୨୫ରୁ ଓଡ଼ିଶା ବିଧାନସଭା ମୌସୁମୀ ଅଧିବେଶନ

Report

କଳାହାଣ୍ଡିରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

Report

ଦେବୀ ମିଶ୍ରଙ୍କ ଘରେ ସିବିଆଇ ଟିମ୍

Report

Leave a Comment