ଭଷାଣିରେ ଦୁଲୁକିଲା କଟକ ସହର

0

କଟକ : ଦୀର୍ଘ ଦୁଇ ବର୍ଷ ପରେ କଟକ ସହରରେ ଭଷାଣର ମାହୋଲ ଦେଖିବାକୁ ମିଳିଛି।

ବାସନ୍ତୀ ଦୁର୍ଗାଙ୍କ ଭଷାଣ ଉତ୍ସବକୁ କଟକରେ ବେଶ ଆଡମ୍ବର ସହ ପାଳନ କରାଯାଇଛି।

ପାରମ୍ପାରିକ ବାଦ୍ୟ ସାଙ୍ଗକୁ ଘଣ୍ଟଘଣ୍ଟା, ଶଙ୍ଖରେ ପ୍ରକମ୍ପିତ ହେଲା କଟକ ସହର। ଯଦି ଓ ପାର୍ବଣ ଋତୁ ଭଳି ଅଧିକ ମେଢ଼ ନାହିଁ, ତଥାପି ଅଳ୍ପ ପୂଜା ମଣ୍ଡପରେ ବାସନ୍ତୀ ଦୁର୍ଗା ପୂଜା ଅନୁଷ୍ଠିତ ହୋଇଥିଲା ।

 

 

ନାଚଗୀତର ତାଲେତାଳେ ବେଶ ଆନନ୍ଦ ଉଲ୍ଲାସର ସହିତ ଦୁଲୁକିଥିଲା ଶୋଭାଯାତ୍ରା। ଏଥିରେ କଟକ ବାସୀ ବହୁତ ଆନନ୍ଦ ଉଲ୍ଲାସରେ ମଜିଯାଉଛନ୍ତି ।