ଭିଜିଲାନ୍ସ ଟିମ ହାତରେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ

0

(ଗୋପ / ଜୟନ୍ତ କୁମାର ସେଠୀ ): ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ରେ ଆଜି ଭିଜିଲାନ୍ସ ଟିମ ଚଢ଼ାଉ କରିଛି। କଲେଜ ରେ ଥିବା ସମିଳନୀ କକ୍ଷ ରେ ବ୍ୟପକ ଦୁର୍ନୀତି ହୋଇ ଥିବା ଅଭିଯୋଗ କୁ ନେଇ ଆଜି ପୁରୀ ର ଭିଜିଲାନ୍ସ ଟିଫମ ଚଢ଼ାଉ କରିଥିଲା। କଲେଜ ର ଅଧ୍ୟକ୍ଷ ଡ଼କ୍ଟର ସୁଦର୍ଶନ ବେହେରା ଙ୍କୁ ଭିଜିଲାନ୍ସ ଜେରା କରିବା ସହ ବୋହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି। ସୂଚନା ଅନୁସାରେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ରେ ଥିବା ସମିଳନୀ କ କ୍ଷ କୁ ବିଭିନ୍ନ ଘରୋଇ ଅନୁଷ୍ଠାନ ଗୁଡିକୁ ଭଡା ଦିଆଯାଉଥିଲା। ଆଦାୟ ହେଉଥିବା ମୋଟା ଅଙ୍କର ଟଙ୍କା କଲେଜ ଫଣ୍ଡ କୁ ଆସୁନଥିଲା। ବ୍ୟପକ ହରିଲୁଟ କରାଯାଇଥିଲା। ଏହି ଅଭିଯୋଗ କୁ ନେଇ ଭିଜିଲାନ୍ସ ଚଢ଼ାଉ କରିଥିଲା। ତେବେ ଏହି ଦୁର୍ନୀତି ରେ ସୁରାକ ମିଳିଛି। ଆଇନ ଅନୁଯାୟୀ କାର୍ୟ୍ୟନୁଷ୍ଠାନ ନିଆଯିବ ବୋଲୀ ପୁରୀ ଭିଜିଲାନ୍ସ ୟଗ୍ଦକ୍ଟ୍ର କହିଛନ୍ତି। ଅନ୍ୟପଟେ କଲେଜ ଅଧ୍ୟକ୍ଷ ବି ଦୁର୍ନୀତି ହୋଇ ଥିବା ସହମତି ପ୍ରକାଶ କରିଛନ୍ତି। ତେବେ ଜଣେ ପୂର୍ବତନ ଅବସର ପ୍ରାପ୍ତ କିରାଣୀ ଓ ଏବେ କଲେଜ ରେ ଥିବା ଜଣେ କିରାଣୀ ଏହି ଅନିୟମିତତା କରିଥିବା ନେଇ ସମସ୍ତ ତଥ୍ୟ ଭିଜିଲାନ୍ସ କୁ ଦିଆଯାଇଥିବା କଲେଜ ଅଧ୍ୟକ୍ଷ କହିଛନ୍ତି। ତେବେ ଯିଏ ଦୋଷୀ ତାହା ବିରୋଧ ରେ କଡା କାର୍ୟ୍ୟନୁଷ୍ଠାନ ନିଆଯିବା ଉଚିତ ବୋଲି ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ଅଧ୍ୟକ୍ଷ ମତ ରଖିଛନ୍ତି।