ଭୁବନେଶ୍ୱରରେ ଭୂତାଣୁ ବିଜ୍ଞାନ ସଂସ୍ଥାନ ପ୍ରତିଷ୍ଠା କରିବାକୁ ଧର୍ମେନ୍ଦ୍ରଙ୍କ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଚିଠି

0

ନୂଆଦିଲ୍ଲୀ: କରୋନା ଚେତାଇଦେଲା ଭୂତାଣୁ ସଂକ୍ରମଣକୁ ନେଇ । ତେଣୁ ଭୂତାଣୁ ବିଜ୍ଞାନ ସଂସ୍ଥାନ ପ୍ରତିଷ୍ଠା ଦେଶରେ ୪ ଜାତୀୟ ଭୂତାଣୁ ବିଜ୍ଞାନ ସଂସ୍ଥାନ(ଏନଆଇଭି) ପାଇଁ ଚଳିତ ସାଧାରଣ ବଜେଟରେ ଘୋଷଣା କରାଯାଇଛି । ତେବେ ଏହି ୪ଟି ସଂସ୍ଥାନ ମଧ୍ୟରୁ ଗୋଟିଏ ଭୁବନେଶ୍ୱରରେ ପ୍ରତିଷ୍ଠା କରିବାକୁ କେନ୍ଦ୍ର ପେଟ୍ରୋଲିମୟ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା ହର୍ଷ ବର୍ଦ୍ଧନଙ୍କୁ ଚିଠି ଲେଖିଛନ୍ତି । ଏହାକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ଏହିପରି ଭୂତାଣୁ ଉତ୍ପନ୍ନ ହେବାର ସମ୍ଭାବନା ରହିଛି ।
ପୂର୍ବ ଭାରତରେ ଆୟୁର୍ବିଜ୍ଞାନ ଗବେଷଣା ଓ ଶିକ୍ଷା କ୍ଷେତ୍ରରେ ଭୁବନେଶ୍ୱର ଏକ ପ୍ରମୁଖ ସହର ଭାବରେ ଉଭା ହୋଇଛି । ତେଣୁ ଭୌଗଳିକ ସ୍ଥିତି ଏବଂ ଦକ୍ଷପୂର୍ବ ମାନବସମ୍ବଳ ଦୃଷ୍ଟିକୋଣରୁ ଭୁବନେଶ୍ୱର ପ୍ରସ୍ତାବିତ ୪ଟି ଜାତୀୟ ଭୂତାଣୁ ବିଜ୍ଞାନ ସଂସ୍ଥାନ ମଧ୍ୟରୁ ଗୋଟିଏ ପ୍ରତିଷ୍ଠା ହେବାର କ୍ଷମତା ରଖିଛି । ଭୁବନେଶ୍ୱରରେ ଏହି ସଂସ୍ଥାନ ପ୍ରତିଷ୍ଠା ହେଲେ ଗବେଷଣା ଓ ବିକାଶ କେନ୍ଦ୍ରକୁ ସହଯୋଗୀ ହେବ ଏବଂ ମିଳିତ ଭାବରେ ଗବେଷଣା କରାଯାଇପାରିବ । ଏହାସହ ଏହି ସଂସ୍ଥାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୂର୍ବଦୋୟ ମିଶନ ପରିକଳ୍ପନାର ଅଂଶବିଶେଷ ହେବା ସହ ପୂର୍ବ, ଦକ୍ଷିଣ-ପୂର୍ବ ଏବଂ ଭାରତର କେନ୍ଦ୍ରାଂଚଳ ରାଜ୍ୟ ଗୁଡିକର ଆବଶ୍ୟକତାକୁ ପୂରଣ କରିପାରିବ ବୋଲି ଧର୍ମେନ୍ଦ୍ର ପ୍ରଧାନ ପତ୍ରରେ ଉଲ୍ଲେଖ କହିଛନ୍ତି ।