ଭୋକ ସହ ସଙ୍ଘର୍ଷ କରୁଛି ଆଠ ମାସର ଶିଶୁକନ୍ୟା

0

ସରୋଜଗୋପ/ ଜୟନ୍ତ ସେଠୀ: ଅଭାବ ଏତେ ନିଷ୍ଠୁର । ବାସ୍ଚଲ୍ୟ ମମତାକୁ ପାଦରେ ଆଡେଇ ଜନ୍ମିତ ୪ ସନ୍ତାନଙ୍କୁ ଛାଡି ଚାଲିଗଲେ ବାପା ମା । ତିନୋଟି ଛୋଟ ପୁଅଙ୍କ ସହ ଆଠ ମାସର ଶିଶୁ କନ୍ୟାକୁ ଧରି ତମ୍ବୁ ତଳେ ଦୟନୀୟ ଜୀବନ କାଟୁଛନ୍ତି ବୁଢୀ ଆଈ । ଏପରି ସମ୍ବେଦନଶୀଳ ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ଜିଲ୍ଲା କାକଟପୁର ଅଞ୍ଚଳରେ । ଚାରି ଛୁଆଙ୍କ ମୁହଁରେ ଦୁଇ ଓଳି ଦୁଇ ମୁଠା ଖାଦ୍ୟ ଯୋଗାଇ ଦେବାକୁ ଦିନ ରାତି ଏକ କରିଦେଉଛନ୍ତି ଏହି ବୃଦ୍ଧା ଜଣକ ।

ମମତା : କାକଟପୁର ବ୍ଲକ ଅଫିସ ଓ ସିଡିପିଓ ଅଫିସ ଠାରୁ ୧୦୦ ମିଟର ଦୂରରେ ପଡିଆ ରେ ବୋଇତିକୁଦରୁ ବାସନ୍ଦ ହୋଇଥିବା ଚନ୍ଦ୍ରମଣି ସେଠିର ପଲିଥିନ କୁଡ଼ିଆ । ସବୁ ଦିନ ସେହି ବାଟରେ ଯା ଆସ କରନ୍ତି କେତେ କେତେ ସରକାରୀ ବାବୁ । କିନ୍ତୁ କାହାର ନଜର ନାହିଁ ଏମାନଙ୍କ ଉପରେ । ନିର୍ଦ୍ଦୟ ବାପା ମା ୪ ମାସ ହେବ ଚାଲିଯିବା ପରେ, ଗରିବ ମାମୁଁଘର ଅଜା ଆଈଙ୍କ ପାଖରେ ପଡିରହିଛନ୍ତି ଚାରିଟି ଛୁଆ । ଅଜା ଓ ମାମୁଁ ଦିବ୍ୟାଙ୍ଗ । ୭ ପ୍ରାଣୀର ଏହି କୁଟୁମ୍ବର ଭରଣପୋଷଣ ଭାର ବୁଢୀ ଆଈଙ୍କ କାନ୍ଧରେ । ଏହି ମହାମାରୀ ସମୟରେ ସେମସ୍ତଙ୍କୁ ଦାନା ଦେବା ବହୁତ କଷ୍ଟଦାୟକ ହୋଇ ପଡିଛି ଆଈଙ୍କ ପାଇଁ । ଆଠ ମାସର ଶିଶୁକନ୍ୟା ଖାଉଛି ଭାତ ଚକଟା ।

ସରୋଜ ଗରିବଙ୍କ ପାଇଁ ଉଦ୍ଦିଷ୍ଟ ସବୁ ସରକାରୀ ଯୋଜନା ଏଠି ଫେଲ ମାରିଛି । ଅଂଚଳରେ ଆଠ ମାସ ହେଲାଣି ଶିଶୁ ଜନ୍ମ ନେଲାଣି କିନ୍ତୁ ଆଶା ଅଙ୍ଗନବାଡି କର୍ମୀଙ୍କୁ ଜଣାନାହିଁ । ଏ ବାବଦରେ କାକଟପୁର ପଂଚାୟତ ସମିତି ଅଧ୍ୟକ୍ଷାଙ୍କୁ ପଚାରିବାରୁ ସେ ତୁରନ୍ତ ବିଡ଼ିଓ ଏବଂ ସିଡିପିଓଙ୍କ ସହ ଆଲୋଚନା କରି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି ।

ମମତା ସେପଟେ ଖବର ପାଇ ଚାଇଲ୍ଡ ଲାଇନ୍ ପକ୍ଷରୁ ଦୁଇ ଶିଶୁ ପୁତ୍ରଙ୍କୁ ନିଆଯାଇଛି । ଅନ୍ୟପକ୍ଷରେ ସିଡ଼ିପିଓ ଙ୍କ ପ୍ରତିକ୍ରିୟା ମିଳିପାରି ନଥିବା ବେଳେ ସ୍ଥାନୀୟ ଜନସାଧାରଣ ଜିଲ୍ଲାପାଳଙ୍କୁ ଏହି ଘଟଣାରେ ହସ୍ତକ୍ଷେପ କରି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରି ପିଲାମାନଙ୍କୁ ସେମାନଙ୍କର ମାନବାଧିକାର ତଥା ମୌଳିକ ଅଧିକାର ପ୍ରଦାନ କରିବାକୁ ଦାବି ହେଉଛି । ପୁରୀ ଜିଲ୍ଲା ଧର୍ମ ପଦ ନିର୍ମାଣ ଶ୍ରମିକ ସଂଘ ପକ୍ଷରୁ ଏହି ପରିବାରକୁ ଆର୍ଥିକ ସହାୟତା ସହିତ ରାସନ୍ ସାମଗ୍ରୀ ଯୋଗାଇ ଦିଆଯାଇଛି ।