ମୁମ୍ବାଇ: ଜଣେ ୩୦ ବର୍ଷିୟ ଯୁବତୀଙ୍କ ମୃତଦେହ ଉଦ୍ଧାର କରିଛି ମୁମ୍ବାଇ ପୋଲିସ । ଗତକାଲି ମୁମ୍ବାଇର ଅନ୍ଧେରି ଅଂଚଳରେ ଥିବା ଏକ ହୋଟେଲ ରୁମରେ ଆତ୍ମହତ୍ୟା କରିଛନ୍ତି ଯୁବତୀ । ଯୁବତୀଙ୍କ ନାମ ଆଙ୍କାଂଶା ମୋହନ ଏବଂ ସେ ଜଣେ ବଲିଉଡର ମଡେଲର ଥିଲେ । ଆଙ୍କାଂଶା ସୈଫଲି ଖାନଙ୍କ ସହ ରୋଲ ମଧ୍ୟ କରିଥିଲେ ।
ପୋଲିସ ରିପୋର୍ଟ ଅନୁସାରେ ମଡେଲର ଜଣକ ବୁଧବାର ରାତି ୮ଟା ସମୟରେ ଖାଇବା ଅର୍ଡର କରିଥିଲେ । କିନ୍ତୁ ଗୁରୁବାର ଦିନ ହୋଟେଲରେ କାମ କରୁଥିବା ରକ୍ଷଣାବେକ୍ଷଣା କର୍ମଚାରୀମାନେ ତାଙ୍କୁ ବହୁବାର କଲିଙ୍ଗ ବେଲ୍ ମାରି ଡାକିଲା ପରେ ମଧ୍ୟ ରୁମର କବାଟ ଖୋଲିନଥିଲେ ଆଙ୍କାଂଶା । ତେଣୁ ହୋଟେଲ ଅଧିକାରୀ ପୋଲିସକୁ ସୂଚନା କରିଥିଲେ । ତାହାପରେ ପୋଲିସ ତା ଟିମକୁ ନେଇ ସେଠାରେ ପହଁଚିଥିଲା । ମାଷ୍ଟର ଚାବି ସାହାଯ୍ୟରେ ରୁମର କବାଟ ଖୋଲା ଯିବା ପରେ ମହିଳା ଜଣକ ଫ୍ୟାନରେ ଫାଶିଦେଇଛନ୍ତି ।
ତେବେ ସେଠାରେ ପୁଲିସ ଏକ ସୁଇସାଇଡ ନୋଟ ପାଇଥିଲା । ଯାହା ଦେହରେ ଲେଖାଯାଇଛି ମୁଁ ଦୁଃଖୀତ, କେହି ବି ମୋ ମୃତ୍ୟୁ ପଛରେ ଦାୟୀ ନୁହଁନ୍ତି, ମୁଁ ମୋ ଜୀବନରେ ଖୁସି ନାହିଁ ସେଥିପାଇଁ ମୋତେ ଶାନ୍ତି ଦରକାର । ଭେରସୋଭା ପୋଲିସ ଏହି କେସକୁ ଏ. ଡି .ଆର ଧାରାରେ ରେଜିଷ୍ଟର କରି ମୃତଦେହକୁ ପୋଷ୍ଟମୋଟୋମ ପାଇଁ ପଠାଇଛି । ଏହି କେସର ତଦନ୍ତ ଜାରି ରହିଛି ବୋଲି ମୁମ୍ବାଇ ପୋଲିସ ରିପୋର୍ଟରେ ଜଣାଇଛନ୍ତି ।