ଓଡିଶା

ମଲଟି ମୋଡ଼ାଲ ହଲରେ ପରିଣତ ହେବ ଭୁବନେଶ୍ୱର ରେଳ ଷ୍ଟେସନ

(ଅନୁସ୍ୱୟା)ଭୁବନେଶ୍ୱର: ନୂଆ ରୂପରେ ଭୁବନେଶ୍ୱର ରେଳ ଷ୍ଟେସନ । ଭୁବନେଶ୍ୱର ରେଳ ଷ୍ଟେସନ ଏକ ଅତ୍ୟାଧୁନିକ ରୂପ ଦିଆଯିବ ଓ ମଲଟି-ମୋଡାଲ ହବରେ ପରିଣତ କରାଯିବ । ଏଥିପାଇଁ ଆଜି ଓଡ଼ିଶା ସରକାର ଓ ପୂର୍ବତଟ ରେଳବାଇ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର କାର୍ୟ୍ୟକ୍ରମ ରହିଛି । ଏହି କାର୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରରୁ ଭିଡିଓ ଲିଙ୍କ ମାଧ୍ୟମରେ ଯୋଗ ଦେବେ । ସେହିପରି ଦିଲ୍ଲୀରେ ରେଳମନ୍ତ୍ରୀ ପିୟୁଷ ଗୋଏଲ ଓ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେବେ ।
ଏହି ବୁଝାମଣାପତ୍ର ଅନୁସାରେ ସ୍ମାର୍ଟ ସିଟି ପ୍ରକଳ୍ପର ଏକ ଅଂଶ ବିଶେଷ ସ୍ୱରୂପ ଭୁବନେଶ୍ୱର ରେଳ ଷ୍ଟେସନକୁ ଏକ ରେଳ ଷ୍ଟେସନ ମଲଟିମୋଡାଲ ହବ ( ଆରଏସଏମଏଚ) କରାଯିବ । ଓଡ଼ିଶା ସରକାର ବିଡିଏ ମାଧ୍ୟମରେ ଏହି ପ୍ରକଳ୍ପକୁ କାର୍ୟ୍ୟକାରୀ କରିବେ ।
ଏହି ପ୍ରସ୍ତାବିତ ରେଳ ଷ୍ଟେସନ ମଲଟିମୋଡାଲ ହବ୍ ରେ ରେଳ ଷ୍ଟେସନ ପାଇଁ ଏକ ଟର୍ମିନାଲ ବିଲଡିଂ, ଏକ ସିଟି ବସ ଟର୍ମିନାଲ, ଏକ କାର ପାର୍କିଂ ଓ ସର୍ବସାଧାରଣଙ୍କ ପାଇଁ ବିଭିନ୍ନ ସୁବିଧା ରହିବ। ଏହି ପ୍ରକଳ୍ପ ପାଇଁ ରେଳ ବିଭାଗ ପ୍ରାୟ ୭୦ କୋଟି ଟଙ୍କା ଓ ଓଡିଶା ସରକାର ୬୦ କୋଟି ଟଙ୍କା ପ୍ରଦାନ କରିବେ ।

Related posts

ଚଳିତ ବର୍ଷ ଏପ୍ରିଲ ୧ରୁ ସ୍ମାର୍ଟ ପ୍ରିପେଡ଼ ମିଟର ବ୍ୟବସ୍ଥା ଲାଗୁ

Report

ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତ ଦେହ ଉଦ୍ଧାର

Report

ରେଳ ଡିଭିଜନ ପାଇଁ ବିଜ୍ଞପ୍ତି ଘୋଷଣା ନେଇ ସାଧାରଣରେ ଖୁସିର ଲହରୀ

Report

Leave a Comment