ଅପରାଧ

ମହାରାଷ୍ଟ୍ର ସରକାରର ମନ୍ତ୍ରୀଙ୍କ ଜ୍ୱାଇଁ ଏନସିବି ସ୍କାନରରେ

ମୁମ୍ବାଇ: ନାର୍କୋଟିକ୍ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ସ୍କାନରରେ ମହାରାଷ୍ଟ୍ର ସରକାରର ଜଣେ ମନ୍ତ୍ରୀଙ୍କ ଜ୍ୱାଇଁ । ଏନସିପି ନେତା ତଥା ମହାରାଷ୍ଟ୍ର ସରକାରର ମନ୍ତ୍ରୀ ନଓ୍ୱାବ ମଲିକଙ୍କ ଜ୍ୱାଇଁ ସମୀର ଖାନଙ୍କ ଉପରେ ଏବେ ଏନସିବିର ତୀକ୍ଷ୍ନ ନଜର । ମୁମ୍ବାଇ ଡ୍ରଗ୍ସ ଲିଙ୍କକୁ ନେଇ ଏନସିବି ସମୀର ଖାନଙ୍କୁ ସମନ୍ କରିଛି। ପୂର୍ବରୁ ଗିରଫ ଜଣେ ବ୍ରିଟିଶ ନାଗରିକଠାରୁ ଖିଅ ସମୀର ପାଖେ ପହଞ୍ଚିବା ପରେ ଏନସିବି ସମୀରଙ୍କୁ ପଚରାଉଚରା ଓ ଗିରଫଦାରି ପାଇଁ ସଜ ହେଉଛି ।
ଗତ ସପ୍ତାହରେ ବ୍ରିଟିଶ ନାଗରିକ ସଜନାନୀଙ୍କ ପାଖରୁ ୨୦୦ କେଜି ଡ୍ରଗ୍ସ ବାହାରିବା ପରେ ଏନସିବି ତାଙ୍କୁ ଗିରଫ୍ କରିଥିଲା। ତଦନ୍ତ ବେଳେ ସଜନାନୀର ଗୁଗୁଲ ପେ ଆକାଉଣ୍ଟରୁ ସମୀର ଖାନଙ୍କ ଆକାଉଣ୍ଟକୁ ୨୦ ହଜାର ଟଙ୍କା ଟ୍ରାଞ୍ଜାକସନ ହୋଇଥିବା ମିଳିଥିଲା । ଏହା ପରେ ଏନସିବି ସମୀରଙ୍କୁ ପଚରାଉଚରା କରିବାକୁ ସମନ କରିଛି । ସଜନାନୀଙ୍କ ଗିରଫଦାରୀ ପରେ ମୁମ୍ୱାଇର ପ୍ରସିଦ୍ଧ ମୁଛଡ ପାନ ଦୋକାନୀର ଲିଙ୍କ୍ ସାମ୍ନାକୁ ଆସିଛି । ମଙ୍ଗଳବାର ପାନ ଦୋକାନୀର ପୁଅ ରାମକୁମାର ତିଓ୍ୱାରୀକୁ ଗିରଫ୍ କରିଛି। ଏବେ ସେ ବିଚାର ବିଭାଗୀୟ ହେପାଜତରେ ରହିଛି।

 

Related posts

ଭିଜିଲାନ୍ସ ପଞ୍ଝାରେ ଅବସରପ୍ରାପ୍ତ ଡ୍ରାଇଭର

Report

ତାଳଚେର ଉପଖଣ୍ଡ ମେଡିକାଲର ବରିଷ୍ଠ କିରାଣୀ ନିଲମ୍ବିତ

Report

ଲଘୁଜ ପଦାର୍ଥ ବୋଝଇ ୧୨ଟ୍ରକ ଜବତ

Report

Leave a Comment