ଅପରାଧ ଓଡିଶା

ମହୁଲିମଦ ଜବତ

(ବନବାସି ପ୍ରଧାନ) : ବାଲିଗୁଡା ପୋଲିସକୁ ମିଳିଛି ଏକ ବଡ ସଫଳତା । ଗତକାଲି ଅପରାହ୍ନ ୪ଟା ସମୟରେ କନ୍ଧମାଳଜିଲ୍ଲା ବାଲିଗୁଡା ଓ ନୂଆଗାଁ ଥାନାର ପୋଲିସ ବିଭିନ୍ନ ସ୍ଥାନରେ ଚଢାଉକରି ପ୍ରାୟ ୭୦ଲିଟର ଦେଶୀମହୁଲି ମଦ ସହିତ ରନ୍ଧା ସାମଗ୍ରି ଓ ୫ Kßòଣ୍ଟାଲ ପୋଚ ଏବଂ ୧୫ଟି ଚୂଲା ନଷ୍ଟ କରିଥିବା ଜଣାପଡିଛି ।ଏଥିରେ ସମ୍ପୃକ୍ତ ଥିବା ତିନିଜଣଙ୍କୁ ପୋଲୀସ୍ ଗିରଫ କରିଛି । ତେବେ ସମ୍ପୃକ୍ତ ତିନିଜଣଙ୍କ ମଧ୍ୟରୁ ଜଣେ କମ୍ପପଡାରୁ ଗିରଫ ହୋଇଥିବାବେଳେ କନୂଆଗାଁରୁ ଦୁଇଜଣଙ୍କୁ ଗିରାଫ କରାଯାଇଥିବା ପୋଲିସ କହିଛି । ସୂଚନାମୁତାବକ ଏହି ଚଢାଉ ବାଲିଗୁଡା ଉପଖଣ୍ଡ ଆରକ୍ଷୀ ଅଧିକ୍ଷକଙ୍କ ତତ୍ୱାବଧାନରେ କରାଯାଇଥିବା ଜଣାପଡିଛି । ତେବେ ଏହି ଚଢାଉ ପ୍ରକ୍ରିୟା ଆଗକୁ ଜାରି ରହିବ ବୋଲି ଜଣାପଡିଛି ।

Related posts

ଗିରଫ ହେଲେ ରିୟା

Report

ଭାରସାମ୍ୟ ହରାଇ ଓଲଟିଲା ପିକଅପ, ଜଣେ ମୃତ

Report

କଣିହାଁରେ ଗୋମାତାଙ୍କ ସହ ସାଂଘାତିକ ଖେଳ

Report

Leave a Comment