Reporters Today
  • Home
  • ଓଡିଶା
  • ମାଆ ତାରିଣୀ ଆଷାଢୀ ପର୍ବରେ ହଜାର ହଜାର ଭକ୍ତଙ୍କ ସମାବେଶ
ଓଡିଶା

ମାଆ ତାରିଣୀ ଆଷାଢୀ ପର୍ବରେ ହଜାର ହଜାର ଭକ୍ତଙ୍କ ସମାବେଶ

( ଅମରେନ୍ଦ୍ର ଦେହୁରୀ) : ଘଟଗାଁ ମାତାରାଣୀଙ୍କ ପୀଠରେ ଆଷାଢୀ ପର୍ବ ପାଳିତ ହୋଇଯାଇଛି । ଏଥିରେ ହଜାର ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଥିଲା । ଏହି ପର୍ବଟି ଆଷାଢ ମାସର ଶେଷ ଗୁରୁବାର ଦିନ ପାଳିତ ହୋଇଥାଏ । ଏହି ପର୍ବ ଦିନ ମାତାରିଣୀ ତା ଭକ୍ତଙ୍କ ମଙ୍ଗଳ ପାଇଁ ନିଜେ ଉପବାସ ପାଳନ କରିଥାନ୍ତି । ମା ’ ଦିନ ସାରା ଉପବାସ ରହି ସନ୍ଧ୍ୟାରେ ମନ୍ଦିରକୁ ପୂଜା ପାଇବାକୁ ଯାଇଥାନ୍ତି ଜ୍ଝ ଏବଂ ମାଆ ସୁନା ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ଏହି ପୂଜା ପରେ ମା ଙ୍କ ବାହାନ ବାଘ ରୂପ ରେ ଆସି ବୋଲି ସାଧାରଣରେ ବିଶ୍ୱାସ ରହିଛି । ମନ୍ଦିର ବୋର୍ଡ ପକ୍ଷରୁ ଭକ୍ତ ଗହଳିକୁ ଆଖି ଆଗରେ ରଖି ବାରିଗେଟର ବ୍ୟବସ୍ଥା ସହ ଘଟଗାଁ ପୋଲିସ ପ୍ରଶାସନ ଏସଡିପିଓ ସିଲୟସ୍ ତତ୍ୱବଧାନରେ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

Related posts

ବାଲିବନ୍ଧ ଗ୍ରାମରେ ପାଣିକୁଣ୍ଡ ଭାଙ୍ଗି ଶାଶୁ,ବୋହୂ ଗୁରୁତର

Report

୨୩ରୁ ୨୭ମଧ୍ୟରେ ରାଜଧାନୀରେ ବର୍ଷିବ ନିଆଁ

Report

ଆଜିଠାରୁ ଯୁକ୍ତ ଦୁଇ ଆଡମିଶନ ପାଇଁ ଆବେଦନ ଆରମ୍ଭ

Report

Leave a Comment