ମା’ମାନେ ସ୍ୱାବଲମ୍ବୀ ହେଲେ ବିକାଶ ସମ୍ଭବ : ସାଂସଦ ମହେଶ ସାହୁ

0

( ଅନୁଗୁଳ /ଜ୍ୟୋତିରଞ୍ଜନ ଧର) : ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ ସ୍ତରୀୟ ସମନ୍ୱୟ ମେଳା ଅନୁଷ୍ଠିତ ହୋଇଯାଇଛି । ଓଡିଶା ଜୀବିକା ମିଶନ ଓ ମିଶନ ଶକ୍ତି ଦ୍ୱାରା ଆୟୋଜିତ ଉକ୍ତ ମେଳାରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ସାଂସଦ ମହେଶ ସାହୁ ଯୋଗ ଦେଇ ମା ମାନେ ଆମ ଦେଶ ଓ ରାଜ୍ୟର ସମ୍ପଦ,ସେମାନେ ଆଗକୁ ବଢିଲେ ବିକାଶ ସୁନିଶ୍ଚିତ ତେଣୁ ସରକାର ମାଆ ମାନଙ୍କ ପାଇଁ ଅଧିକ ଗୁରୁତ୍ୱ ଦେଇଛନ୍ତି । ତେଣୁ ସମସ୍ତେ କିପରି ସ୍ୱାବଲମ୍ବୀ ହେବେ ଏବଂ ସୁସ୍ଥ ସମାଜ ଗଠନ କରିବେ ସେଥିପାଇଁ ଆଗ୍ରହ ପ୍ରକାଶ ଉଚିତ ହେବ ବୋଲି ପ୍ରକାଶ କରିଥିଲେ । ସେହିପରି ତାଳଚେର ଲୋକପ୍ରିୟ ବିଧାୟକ ବ୍ରଜ କିଶୋର ପ୍ରଧାନ ସନମାନିତ ଅତିଥି ଭାବେ ଯୋଗ ଦେଇ ,ରାଜ୍ୟ ସରକାରଙ୍କ ଲୋକାଭି ମୁଖୀ ଯୋଜନା ସମ୍ପର୍କରେ ସୂଚନା ଦେବା ସହ ମହିଳା ମାନଙ୍କୁ ସର୍ବାଧିକ ଧ୍ୟାନ ଦିଆ ଯାଉଥିବା ପ୍ରକାଶ କରିଥିଲେ । ସମସ୍ତେ ଏହି ମିଶନ ଶକ୍ତିରେ ସାମିଲ ହୋଇ ବ୍ୟାଙ୍କ ମାନଙ୍କ ଜରିଆରେ ଲାଭବାନ ହୁଅନ୍ତୁ ବୋଲି ପରାମର୍ଶ ଦେଇ ଥିଲେ।ଏହି କାର୍ୟ୍ୟକ୍ରମରେ ମିଶନ ଶକ୍ତିର ଡ଼ିପିସି ଯୋଗ ଦେଇ ସମନ୍ୱୟ ମେଳାର ଉଦେଶ୍ୟ ସମ୍ପର୍କରେ ସୂଚନା ଦେଇ ଥିଲେ । ବ୍ଲକ ଅଧ୍ୟକ୍ଷ ବୃନ୍ଦାବନ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ୟ୍ୟକ୍ରମରେ ବି ଡ଼ି ଓ ଏସ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ମେଳାକୁ ତାଳଚେର ବ୍ଲକର ବିଭିନ୍ନ ଅଂଚଳରୁ ସ୍ୱୟଂ ସହାୟକ ଗୋଷ୍ଠୀ ମାନେ ନିଜ ନିଜର ଅନୁଭୂତି କୁ ପ୍ରକାଶ କରିଥିଲେ । ବିଭିନ୍ନ ବ୍ୟାଙ୍କ କାର୍ତ୍ୟୁପକ୍ଷ ସାଂକ୍ସନ ହୋଇ ଥିବା ଋଣ ପ୍ରଦାନର ଲେଟର ସମ୍ପୃକ୍ତ ଏସ ଏସ ଜି ,ଙ୍କୁ ପ୍ରଦାନ କରିଥିଲେ ।ଏହି କାର୍ୟ୍ୟକ୍ରମ ରେ ବହୁ ସଂଖ୍ୟକ ବରିଷ୍ଟ ବ୍ୟକ୍ତି ,ଅଧିକାରୀ ଓ ଏସ ଏସ ଜି ମହିଳା ମାନେ ସାମିଲ ହୋଇ ଥିଲେ ।