ମାସ୍କ ଓ ସାନିଟାଇଜରକୁ ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ବାଦ – କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରଣାଳୟ

0

(ରିପୋର୍ଟସଟୁଡେ / ଅରୁଣ କୁମାର ସାହୁ)କରୋନା ମାହାମାରୀକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ମାସ୍କ ଓ ସାନିଟାଇଜରକୁ ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରେ ରଖିଥିଲେ। ହେଲେ ଏବେ କରୋନା ଉତ୍କଟ ସ୍ଥିତିରେ ପହଞ୍ଚିଥିବା ବେଳେ ମାସ୍କ ଓ ସାନିଟାଇଜରକୁ ସରକାର ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ବାଦ ଦେଇଛନ୍ତି।କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରଣାଳୟ ନୂଆ ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାକୁ ଆଜି ଅନୁମତି ଦେଇଛି। ହେଲେ ଏଥିରେ କରୋନାର ଦୁଇ ପ୍ରମୁଖ ଅସ୍ତ୍ର କୁହାଯାଉଥିବା ମାସ୍କ ଓ ସାନିଟାଇଜର ନାହିଁ।ଦେଶରେ କରୋନା ସଂକ୍ରମଣ ବଢ଼ିବା ସହ ମାସ୍କ ଓ ସାନିଟାଇଜରର ଚାହିଦା ବଢ଼ୁଛି। ଏଭଳି ସ୍ଥିତିରେ ସରକାର ଏହାକୁ ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ବାଦ୍‌ ଦେବାର କାରଣ କ’ଣ ବୋଲି ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଛି।ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ମାସ୍କ ଓ ସାନିଟାଇଜର ବାଦ୍‌ ପଡ଼ିଥିବାରୁ ବ୍ୟବସାୟୀମାନେ ମନଇଚ୍ଛା ଦର ବୃଦ୍ଧି କରିବାର ଆଶଙ୍କା ମଧ୍ୟ ରହିଛି।ରାଜ୍ୟରେ ଆବଶ୍ୟକ ଅନୁଯାୟୀ ମାସ୍କ ଓ ସାନିଟାଇଜର ରହିଛି। ଲୋକେ ଏହାକୁ ପାଇବାରେ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ ବୋଲି ତଥ୍ୟ ମିଳିବା ପରେ କେନ୍ଦ୍ର ସରକାର ଏମିତି ନିଷ୍ପତ୍ତି ନେଇଛନ୍ତି।