ଭୁବନେଶ୍ୱର: ମିଲେଟ୍ ମ୍ୟାଜିକ ଫାଉଣ୍ଡେସନ ପକ୍ଷରୁ ଏହାର ୱାଓମମ ଉତ୍ପାଦ ବର୍ଗମାଳାକୁ ଉନ୍ମୋଚନ କରାଯାଇଛି । ମଙ୍ଗଳବାର ମୟୂରଭଞ୍ଜର ମୋରଦା ବ୍ଲକ ଅନ୍ତର୍ଗତ ମୋହନପୁର ଗ୍ରାମସ୍ଥିତ ମିଲେଟ ମ୍ୟାଜିକ ଫାଉଣ୍ଡେସନ ସାଇଟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉତ୍ପାଦଗୁଡିକୁ ପ୍ରଦର୍ଶିତ କରାଯାଇଥିଲା । ଗ୍ରାମବାସୀ ଓ ଟିମ ସଦସ୍ୟଙ୍କ ସମେତ ଆଦିବାସୀ ବ୍ୟାପାର ଓ ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ରାଜ୍ୟସଭା ସାଂସଦ ମମତା ମହାନ୍ତ, ମୋରଦା ବିଧାୟକ ରାଜ କାଶୋର ଦାସ, ମୀରା ପରିଡା ପ୍ରମୁଖ ଯୋଗଦେଇଥିଲେ ଏହି କାର୍ଯ୍ୟକ୍ରମରେ । ବାଜରାର ଉପାଦେୟତା ସହିତ ୱାଓମମ ଲମ୍ବା ନୁଡୁଲ୍ସ, ପାସ୍ତା, ଇନଷ୍ଟାଣ୍ଟ ନୁଡୁଲ୍ସ, କେକ, କୁକିଜ, ସ୍ନାକ୍ସ ଓ ଫ୍ଲୋର ଆଦି ଆଣୁଛି । ଖୁବ ଶୀଘଅ ଏହିସବୁ ଉତ୍ପ।।ଦ ବଜାରରେ ଉପଲବ୍ଧ ହେବ । ପ୍ରକଳ୍ପ ବିଷୟରେ ମିଲେଟ ମ୍ୟାଜିକ ଟ୍ରଷ୍ଟର ଏସପିଭି ଲିଡ ତଥା କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅଜୟ ରାଜ କହିଛନ୍ତି ।