ସାଲେପୁର /ଜ୍ୟୋସ୍ନାରାଣୀ ସିଂ :ମା କୁ ସମ୍ମାନ ଗାଁ କୁ କାମ ଉଦ୍ଦେଶ୍ୟରେ ରାଜ୍ୟ ସରକାର କରିଛନ୍ତି ମିଶନ ଶକ୍ତି ଯୋଜନା । ଗାଁ ଗାଁରେ ଗଢି ଉଠିଛି ସ୍ଵୟଂ ସହାୟକ ଗୋଷ୍ଠୀ । ଏହି ଯୋଜନାର ଲକ୍ଷ୍ୟ ହେଉଛି ପ୍ରତ୍ୟେକ ମହିଳାଙ୍କୁ ସଶକ୍ତ, ସ୍ୱାବଲମ୍ବୀ ଓ ଆତ୍ମନିର୍ଭରଶୀଳ କରାଇବା । ଏହି ଉଦ୍ଦେଶ୍ୟରେ ମହିଳାମାନଙ୍କୁ ରାଜ୍ୟ ସରକାର ଯୋଗାଇ ଦେଇଛନ୍ତି ମାଳ ମାଳ ଭିତ୍ତିଭୂମି । ବିଶେଷ କରି ଏହି ଯୋଜନାରେ ଅଧିକରୁ ଅଧିକ ମହିଳାମାନଙ୍କୁ ସାମିଲ କରିବା ପାଇଁ ଆର୍ଥିକ ସହାୟତା ବି ପ୍ରଦାନ କରୁଛନ୍ତି । ଯାହାକୁ ନେଇ ଆଜି କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ମିଶନ ଶକ୍ତି ପକ୍ଷରୁ ବ୍ଲକ ସ୍ତରୀୟ ଋଣ ମେଳା ବ୍ଲକ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା ଯୋଗ ଦେଇଥିଲେ । ୨୬୫ ସ୍ଵୟଂ ସହାୟକ ଗୋଷ୍ଠୀ କୁ ୬ କୋଟି ୫୩ ଲକ୍ଷ ଟଙ୍କାର ଅର୍ଥ ରାଶି ପ୍ରଦାନ କରିଛନ୍ତି। ଏଥିରେ ବ୍ଲକ ଅଧ୍ୟକ୍ଷା ରୋଜି ସେଠୀ ବ୍ଲକ ଉପାଧ୍ୟକ୍ଷ ଅଶୋକ ଓଝା, ସିଡ଼ିପିଓ ନୀଳାବତୀ ସେଠୀ ସମେତ ବହୁ ଜନ ପ୍ରତିନିଧି ଯୋଗ ଦେଇଥିଲେ।