(ରିପୋଟର୍ସ ଟୁଡେ) ; ମୋ ମା କହୁଛି ଦେହ ବିକ୍ ଆଉ ମତେ ପଇସା ଦେ , କଥାଟା ଶୁଣିବାକୁ ଖରାପ ଲାଗୁଥିଲେ ବି ସତ । କଥାରେ ଅଛି ମା ନାହିଁ ଯାହାର ସାହା ନାହିିଁୁ ତାହାର । ମା ଅବଟକୁ ଗଲେ ବାଟକୁ ଆଣେ କିନ୍ତୁ ଏଠି ଘଟଣା ସମ୍ପୁର୍ଣ ଅଲଗା । ଏଠି ମା କହୁଛି ଝିଅକୁ ଦେହ ବ୍ୟବସାୟ କରିବାକୁ । ଏଭଳି ଏକ ଲଜ୍ଜ୍ୟାଜନକ ଘଟଣା ସାମ୍ନାକୁ ଆସିବା ପରେ ମା ଝିଅ ସମ୍ପର୍କ ଉପରେ ଉଠେ ପ୍ରଶ୍ନ । ଯତେବେଳେ ଝିଅଟି ନିଜ ମାର କଳାକର୍ତ୍ତୁତ ଜାଣିବା ଦେଲା ସେ ତାକୁ ବାରଙ୍ଗନା ସଜେଇବାକୁ ମଧ୍ୟ ପଛେଇଲାନି । ପର ପୁରୁଷଙ୍କ ସହ ଶୋଇବାକୁ ବାଧ୍ୟ କରିବା ଠାରୁ ଆରମ୍ଭ କରି ପର ଘରେ ବାସନ ମଜା କରାଉଥିଲା ମା’। ମିଳିଥିବା ସୂଚନା ଅନୁସାରେ ଗୋପ ଥାନା ଅଞ୍ଚଳର ଏକ ଗ୍ରାମର ଜଣେ ମହିଳା ଭୁବନେଶ୍ବର ଖଣ୍ଡଗିରି ଅଞ୍ଚଳରେ ରହି ଘରୋଇ ହସ୍ପିଟାଲରେ ରୋଷେୟା ଭାବେ କାର୍ୟ୍ୟ କରୁଥିଲେ । ସାତ ବର୍ଷ ତଳେ ନିଜ ସ୍ବାମୀଙ୍କୁ ଶାବଳ ପକାଇ ମାରିଦେବାକୁ ଉଦ୍ୟମ କରିଥିବାବେଳେ ସ୍ବାମୀ ଘରୁ କେଉଁଆଡ଼େ ଚାଲିଯାଇଛନ୍ତି । ମହିଳାଜଣଙ୍କ ନିଜେ କିଛି ପୁରୁଷଙ୍କ ସହିତ ଅନୈତିକ ସମ୍ପର୍କ ରଖିଥିବା ଝିଅ ଦେଖିବା ପରେ ନାବାଳିକା ଝିଅକୁ ମା ପର ପୁରୁଷ ସହିତ ସମ୍ପର୍କ ରଖିବା ପାଇଁ ବାଧ୍ୟ କରିବା ସହିତ ଘରଭଡ଼ା ନେଇ ରହୁଥିବା ମାଲିକଙ୍କର ବାସନ ମଜାଇବା, ଲୁଗା ସଫା କରାଇବା, ଅନେକ ଅଶ୍ଳୀଳ କାର୍ୟ୍ୟରେ ନିୟୋଜିତ କରାଇବା ନେଇ ନାବାଳିକା ଅଭିଯୋଗ ଆଣିଛନ୍ତି । ନାବାଳିକ ସପ୍ତମ ଶ୍ରେଣୀରେ ପାଠ ପଢ଼ୁଥିବାବେଳେ ସମ୍ବଲପୁର ଅଞ୍ଚଳର ଜଣେ ଯୁବକ ଓ ପାରାଦୀପର ସାଗର ବେଦାନ୍ତ ନାମକ ଜଣେ ଯୁବକ ସହିତ ଖରାପ ସମ୍ପର୍କ ରଖିବା ପାଇଁ ତାଙ୍କ ମା ବାଧ୍ୟ କରିଥିଲେ ବୋଲି ସେ ଅଭିଯୋଗ କରିଛନ୍ତି ।
ନାବାଳିକା ଜଣଙ୍କ ନିଜ ମା ଠାରୁ ଶାରିରୀକ ମାନସିକ ନିର୍ୟାତନା ପାଇବା ପରେ ଘରୁ କୌଣସି ଉପାୟରେ ଖସି ଆସି କଳ୍ପନାଠାରେ ରହିଥିବା ବେଳେ କଟକ ମଙ୍ଗଳାବାଗ ଅଞ୍ଚଳର ଆଶ୍ବସ୍ତି ଫାଉଣ୍ଡେସନ ନାମକ ସ୍ବେଚ୍ଛାସେବୀ ସଂଗଠନ ସଦସ୍ୟ ରାଜଲକ୍ଷ୍ମୀ ମହାନ୍ତି ନାବାଳିକାଙ୍କୁ ଉଦ୍ଧାର କରିଥିଲେ । ପରେ ସେ ଗୋପ ଥାନା ଅଞ୍ଚଳର ଏବଂ ତାଙ୍କ ପ୍ରତି ନିଜ ମା’ ଅମାନୁସିକ କାର୍ୟ୍ୟ କରିଥିବା ଜାଣିବାକୁ ପାଇଥିଲେ । ରାଜଲକ୍ଷ୍ମୀ ନାବାଳିକାଙ୍କୁ ଧରି ଗୋପ ଥାନାରେ ପହଞ୍ଚିବା ପରେ ଗୋପ ପୋଲିସ୍ କିଛି ସମୟ ଥାନାରେ ରଖି ବୟାନ ରେକର୍ଡ଼ କରିବା ପରେ ଥାନାର ମହିଳା ସବ୍ଇନସ୍ପେକ୍ଟର ପ୍ରିୟା ପ୍ରଧାନ ନାବାଳିକାଙ୍କୁ ପୁରୀ ସୁଧାର ଗୃହକୁ ଛାଡ଼ିବା ପାଇଁ ଯାଇଥିଲେ । ଜଣେ ନାବାଳିକା ସଙ୍ଗୀନ ଅଭିଯୋଗ ଆଣିବା ପରେ କାହିଁକି ଗୋପ ପୋଲିସ୍ ଏଫ୍ଆଇଆର୍ ନକରି ନିଜ ମୁଣ୍ଡରୁ ବୋଝ ହଟାଇ ତାଙ୍କୁ କାହା ଅନୁମତିରେ ନେଲେ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଗୋପ ଥାନା ମହିଳା ସବ୍ଇନସ୍ପେକ୍ଟର ପ୍ରିୟା ପ୍ରଧାନଙ୍କୁ ପଚାରିବାରୁ ସେ କହିଛନ୍ତି ଆମେ ତଦନ୍ତ କରିଛୁ । ବୟାନ ରେକର୍ଡ଼ କରିଛୁ । ସୋମବାର ମାଜିଷ୍ଟ୍ରେଟଙ୍କ ପାଖରେ ହାଜର କରାଯିବ । ବୟାନ ରେକର୍ଡ଼ ପରେ ବିଚାରପତି ଯାହା ନିର୍ଦ୍ଦେଶ ଦେବେ ସେ ଅନୁସାରେ କାର୍ୟ୍ୟ କରାଯିବ ଏବଂ ସିଡବ୍ଲ୍ୟୁସି ପୁରୀଙ୍କୁ ହସ୍ତାନ୍ତର କରାଯିବ ବୋଲି କହିଛନ୍ତି ।